ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆୟୁଷ୍ମାନ ସହରୀ ସ୍ବାସ୍ଥ୍ୟକେନ୍ଦ୍ର ଶୁଭ ଉଦଘାଟନ

ବୁଗୁଡ଼ା, 06/09/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ) :
Article Image
ଆଜି ବୁଗୁଡ଼ା ବେତାରସିଙ୍ଗି ରୋଡ଼ଠାରେ ଆୟୁଷ୍ମାନ ସହରୀ ସ୍ବାସ୍ଥ୍ୟ କେନ୍ଦ୍ର ଶୁଭ ଉଦଘାଟନ ଉଦଘାଟନ ହୋଇଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଆୟୁଷ୍ମାନ ଭାରତ ଯୋଜନା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଗତିଶୀଳ ନେତୃତ୍ୱରେ ବୁଗୁଡ଼ା ସହରର ବେତାରସିଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଉଦଘାଟନ କରିଛନ୍ତି।ବୁଗୁଡ଼ାବାସୀଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବ। ପ୍ରାଥମିକ ଚିକିତ୍ସା, ରୋଗ ନିର୍ଣ୍ଣୟ, ଔଷଧ ବଣ୍ଟନ ଓ ସ୍ୱାସ୍ଥ୍ୟ ପରାମର୍ଶ ଏହି କେନ୍ଦ୍ର ମାଧ୍ୟମରେ ସହଜ ଓ ସୁଲଭ ହୋଇ ପାରିବ। ଏବଂ ଏହା ସ୍ଥାନୀୟ ଜନସାଧାରଣଙ୍କୁ ଘର ପାଖରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ସେମାନଙ୍କ ଜୀବନଶୈଳୀକୁ ଉନ୍ନତ କରିବା ସହିତ ଆୟୁଷ୍ମାନ କାର୍ଡ ମାଧ୍ୟମରେ ପରିବାର ପିଛା ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ, ଯାହା ଆର୍ଥିକ ବୋଝକୁ ହ୍ରାସ କରି ସମାଜର ସର୍ବସ୍ତରରେ ସ୍ୱାସ୍ଥ୍ୟ ସୁରକ୍ଷା ନିଶ୍ଚିତ କରିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ।
Article Image
6