ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମନ୍ତ୍ରୀ ବାଣ୍ଟିଲେ ସରକାରୀ ଯୋଜନାର ସହାୟତା !

ବୁଗୁଡ଼ା, 06/09/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ) :
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପଞ୍ଚାୟତ ସମିତି ଠାରେ ଆୟୋଜିତ ସରକାରୀ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ମାନ୍ୟବର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅଥିତି ରୂପେ ଯୋଗ ଦେଇ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରି ଗରିବ ମୁହଁରେ ହସ ଫୁଟାଇଛନ୍ତି।୪୬୫ ଜଣ ଗରିବ ହିଧିକାରୀଙ୍କୁ ଭର୍ତ୍ତା, ୭୨୦ ଜଣଙ୍କୁ ରାସନ କାର୍ଡ, ୨୬ଜଣଙ୍କୁ ମାଛ ଚାଷ ପାଇଁ କାର୍ଯ୍ୟଦେଶ, ୯୮ ଜଣଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର କାର୍ଯ୍ୟଦେଶ ବଣ୍ଟନ ସହ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଙ୍କୁ ଋଣ ପ୍ରଦାନଏବଂ ଅନେକ କୁଶଳୀ କାରିଗର ଙ୍କୁ ବିଶ୍ୱକର୍ମା ଯୋଜନାରେ ସହାୟତା ପ୍ରଦାନ କରିଛନ୍ତି। ଆଜିର କାର୍ଯ୍ୟକ୍ରମ କୁ ବିଡ଼ିଓ ଦୁତିକୃଷ୍ଣ ପାତ୍ର, ସହକାରୀ ବିଡ଼ିଓ ଧର୍ମରାଜ ପରିଡା ପରିଚାଳନା କରିଥିବାବେଳେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।
Article Image
5