ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୁରୁ ଦିବସରେ ସମସ୍ତ ଗୁରୁଙ୍କୁ କୋଟି କୋଟି ପ୍ରଣାମ

ଭୁବନେଶ୍ୱର, 06/09/2025, ଉତ୍କଳ voice news - utkalvoicenews.com ( ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ ) :
Article Image
ଗୁରୁଙ୍କୁ ନମଣିବ ନର ; ଗୁରୁ ହିଁ ସାକ୍ଷାତ ଈଶ୍ୱର... ଭୁବନେଶ୍ବର : ଗୁରୁଙ୍କୁ ନମଣିବ ନର; ଗୁରୁ ହିଁ ସାକ୍ଷାତ ଈଶ୍ୱର। ଅର୍ଥାତ ; ଗୁରୁଙ୍କୁ କେବେ ବି ସାଧାରଣ ମଣିଷ ବୋଲି ନଭାବି ଈଶ୍ବର ଭାବରେ ସମ୍ମାନ ଦେବା ଉଚିତ୍‌। ଗୁରୁ ହେଉଛି ଆମର ଅତୀତ , ଗୁରୁ ଆମ ବର୍ତ୍ତମାନ ଓ ଗୁରୁ ହିଁ ଆଗାମୀ ଭବିଷ୍ୟତ। ଗୁରୁଙ୍କୁ ବାଦ୍‌ ଦେଲେ ପୂରା ଭବିଷ୍ୟତଟା ହିଁ ଅନ୍ଧକାରମୟ। ଗୁରୁଙ୍କ ମହତ୍ବକୁ ଅଣଦେଖା କରି ଭବିଷ୍ୟତ ପିଢ଼ିକୁ ଆଗକୁ ନେବା କଥା ଚିନ୍ତା କରିବା ହିଁ ଏକ ବୃଥା ପ୍ରଚେଷ୍ଟା। ଗୁରୁ ତାଙ୍କର ଶିକ୍ଷା ରୂପର ଜଳଦାନ କରି ଛାତ୍ରର ଜୀବନ ବୃକ୍ଷକୁ ବଢ଼ାଇ ଥ‌ାଆନ୍ତି। ଯେବେ ଗୁରୁ ତାଙ୍କ ଶିକ୍ଷାର ଜଳ ଢାଳିବା ବନ୍ଦ୍‌ କରିଦେବେ, ସେହିଦିନ ହିଁ ଛାତ୍ରଟିଏ ଜୀବନ ଯୁଦ୍ଧରେ ହାରିଯିବ।ଆଜି ପବିତ୍ର ଗୁରୁ ଦିବସ। ଏହି ମହାନ ଦିବସ ଅବସର‌ରେ ଗୁରୁଙ୍କ ବିଷୟରେ ଯେତେ କହିଲେ ବି କମ୍‌ ହେବ। ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ସହ ତୁଳନା କରାଯାଇଛି। ସଂସ୍କୃତରେ ଏକ ଶ୍ଳୋକ ଅଛି: - "ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବୋ ମହେଶ୍ଵର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ"।
14