କୁଜଙ୍ଗ, 24/01/2025, ଉତ୍କଳ voice news - utkalvoicenews.comକୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ୧୫ନଂ ସ୍ମୃତି ରେବତୀ ବାଳା ଗୁରୁକୁଳର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି
ଗୁରୁକୁଳର ସଭାପତି ହରେକୃଷ୍ଣ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସାଇଁ ପ୍ରାଚୀନ କାଳର ଗୁରୁକୁଳ ସଂପର୍କରେ ସୁଚନା ପ୍ରଦାନ କରିବା ସହ ଗୁରୁଶିଷ୍ୟର ପରମ୍ପରା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଅନ୍ୟତମ ଅତିଥିଭାବେ ମୁଖ୍ୟବକ୍ତା ପ୍ରାକ୍ତନ ସାଂସଦ ଡା.କୁଳମଣୀ ସାମଲ ଗୁରୁକୁଳର ଅଧକ୍ଷ ଶଙ୍କର୍ଷଣ ପ୍ରଧାନ, କୁଜଙ୍ଗ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ପ୍ରଭାସ ରଞ୍ଜନ ପାଣି, ଗୁରୁକୁଳର ଉପଦେଷ୍ଟା ଜେ.କେ. ସାମନ୍ତରାୟ ଏବଂ ପ୍ରବୀର ସାଇଁ ପ୍ରମୁଖ ମଂଚାସୀନ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରବୀର ସାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଅଧକ୍ଷ ଶଙ୍କର୍ଷଣ ପ୍ରଧାନ ବାର୍ଷିକ ବିବରଣୀ ଓ ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ କୃତୀତ୍ବ ଅର୍ଜନ କରିଥିବା ଚଳିତ ବର୍ଷର ନବମ ଶ୍ରେଣୀର କୃତିଛାତ୍ରୀ ଲିପ୍ସା ସାହୁ ଏବଂ ବାର୍ଷିକ କ୍ରିଡ଼ାରେ ଚମ୍ପିୟନରେ ଗୌରବ ଅର୍ଜନ କରିଥିବା ଦଶମ ଶ୍ରେଣୀର ଛାତ୍ର ରାଜେଶ ରାୟଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରଷ୍କୃତ କରାଯାଇଥିଲା ।