ଜଗତସିଂହପୁର - ନିଆଳି, 07/09/2025, ଉତ୍କଳ voice news - utkalvoicenews.com (ସରୋଜ ନାୟକ ଙ୍କ ଠାରୁ ) :
ବିଗତ ଦିନରେ ଭୁବନେଶ୍ୱରର ନୂଆମଞ୍ଚେଶ୍ୱର ଠାରୁ କଣ୍ଟାପଡା, ନିଆଳି ଦେଇ ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦରକୁ ରେଳପଥ ନିର୍ମାଣ ପାଇଁ, ନକ୍ସା କରାଯାଇ ଜମିଚିହ୍ନଟ କରାଯାଇଥିଲା।କେତେକ ସ୍ଥାନରେ ଜମିଅଧିଗ୍ରହଣ ପାଇଁ ନିଆଳି ତହସିଲ, ଜମି ମାଲିକ ଙ୍କୁ ନୋଟିସ ମଧ୍ୟ କରିଥିଲା।ଏହି ରେଳପଥ ସଲେଇ, ଅଥଙ୍ଗା, ବାଙ୍କୀ ଆଟି, ଓଳାସ, ବାହାରଣା, ଜଲ୍ଲାରପୁର, ପିତାପଡା ଦେଇ ଅସ୍ତରଙ୍ଗ ବନ୍ଦରକୁ ସଂଯୋଗ କରୁଛି। ବନ୍ଦର କରୁଥିବା କମ୍ପାନି ପରେ ମାମଲା ଅଦାଲତ ରେ ହେବାରୁ, ସବୁକାମ ବନ୍ଦ ହୋଇଗଲା |ବର୍ତ୍ତମାନ ମାମଲା ବିଚାରଧୀନ ପରାଦୀପ ବନ୍ଦର ମାଲପରିବହନ କ୍ଷେତ୍ରରେ ପୃଥିବୀର ଅନ୍ୟତମ ବ୍ୟସ୍ତବହୁଳ ବନ୍ଦର ରେ ସ୍ଥାନ ପାଇଛି ।ତେଣୁ ପାରାଦ୍ୱୀପରୁ- ଭୁବନେଶ୍ୱର କୁ ଏକ ବିକଳ୍ପ ରେଳପଥ ର ଜରୁରୀ ଆବଶ୍ୟକତା ହେଲାଣି ।ଜଗତସିଂହପୁର ସଦର ମହକୁମା କୁ ରେଳପଥ ସାଂଯୋଗ ନାହିଁ ।ସମସ୍ତ ଜିଲ୍ଲା ସଦର ମହକୁମା କୁ ରେଳସେବା ଯୋଗାଇଦେବା ପାଇଁ ସରକାରୀ ନିଷ୍ପତ୍ତି ରହିଛି ।କଟକ -ପାରାଦ୍ୱୀପ ରେଳପଥ ର ଛପଡ଼ା ଷ୍ଟେସନ ରୁ ଜଗତସିଂହପୁର ସର୍କିଟ ହାଉସ, କାଳିଆବରା, ଆଳିପିଙ୍ଗଳ, ସିଠାଳ, ଶାଗଡ଼ାଇଲୋ ବାହାରଣା ର ଦୂରତା ମାତ୍ର 25,କିମି ଅଟେ।ଛପଡ଼ା ରୁ ନିଆଳି(ବାହାରଣା)କୁ ରେଳ ପଥ, ସଂଯୋଗ କରାଗଲେ।
1.ଜଗତସିଂହପୁର ଜିଲ୍ଲା ସଦର ମହକୁମା ରେଳସେବା ପାଇପାରିବ।
2.,ପାରାଦ୍ୱୀପ ବନ୍ଦର ଭୁବନେଶ୍ୱର କୁ ଏକ ବିକଳ୍ପ ରେଳ ପଥ ପାଇବ।
_1757238238.jpg)
3.ଜଗତସିଂହପୁର ଓ କଟକ ଜିଲ୍ଲା ର ବିସ୍ତିର୍ଣ ଅଞ୍ଚଳ ରେଳ ସେବା ପାଇ ପାରିବେ।ଏଥିପାଇଁ ଜଗତସିଂହପୁର ର ସମସ୍ତ ରାଜନୈତିକ ଦଳ ଏକାଧିକ ବାର ସଭାକରି ଛନ୍ତି ।ଉପକୂଳ ଓଡିଶା ବିକାଶ ତରଫରୁ ସାମ୍ବାଦିକ ଅରୁଣ କୁମାର ଆଚାର୍ଯ୍ୟ, ସମ୍ୱାଦିକ ସ୍ବର୍ଗତ ଅଜୟ ଜେନା,ଡକ୍ଟର ଧୃତିଧର ଦାସ, ବେଣୁଧର ନାୟକ, ଆଶୁତୋଷ ବେହେରା, ମାନସ ସ୍ୱାଇଁ ରାଧାକାନ୍ତ ମିଶ୍ର, ଜ୍ୟୋତି ରଞ୍ଜନ ପରିଡା, ତପନ କୁମାର ରାଉତ ରାୟ, ସ୍ତମ୍ଭକାର, ହିମାଂଶୁ ଆଚାର୍ଯ୍ୟ ମାନସ କାନୁନଗୋ, ଶଶାଙ୍କ ପଣ୍ଡା, ଆଡ଼ଭୋକେଟ ଗଣେଶ୍ୱର ମାଣିଆ, ଅନିରୁଦ୍ଧ ସାବତ, ସୁଶୀଲ ଦାଶ, ରାଜଶ୍ରୀ ମହାନ୍ତି, ପ୍ରମୁଖ ଜିଲାପାଳ ଜଗତସିଂହପୁରଙ୍କ ଜରିଆରେ ଓ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ବାରମ୍ବାର ନିବେଦନ କରିଛନ୍ତି । ନିଆଳି ତହସିଲଦାର ଙ୍କ ଜରିଆରେ ନ୍ୟାୟବ୍ରତ ରାଉତ, ଯୋଗେନ୍ଦ୍ର ଦାସ, ସ୍ବର୍ଗତ ଶଶୀ ପରିଜା, ପ୍ରଦୀପ୍ତ ସ୍ବାଇଁ, ବିଦ୍ୟାଧର ରାଉତ, ଭରତ ମଲ୍ଲିକ, ଆଡ଼ଭୋକେଟ ସଚ୍ଚିଦାନନ୍ଦ ନାୟକ, ସୁଶାନ୍ତ ବିହାରୀ, ସ୍ବର୍ଗତ ବଂଶୀଧର ଦାସ, ଅବଦ୍ଦୁଲ ବାରି, ଡମ୍ବରୁଧର ସ୍ୱାଇଁ, ସାମ୍ବାଦିକ ସୁବାସ ମହାପାତ୍ର, ଅକ୍ଷୟ ସେନାପତି, ବିନୟ ମିଶ୍ର, କାଳନ୍ଦୀ ସ୍ୱାଇଁ , ପୂର୍ବତନ ସରପଞ୍ଚ ଅନିରୁଦ୍ଧ ମଲ୍ଲିକ, ଅଶୋକ ପାତ୍ର, ବଂଶୀଧର ରାଜ, ବିପିନ ବାରିକ ପ୍ରମୁଖ ପ୍ରଧାନ ମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ବାରମ୍ବାର ଲିଖିତ ଦାବୀ ନିବେଦନ କରାଯାଇଛି ।ବିଭାଗୀୟ ସର୍ଭେ ଓ ଅନୁସନ୍ଧାନ ମଧ୍ୟ କରା ଯାଇଛି । 2024 ପରଠାରୁ ଆଉ ଦାବୀ କରାଯାଇନାହିଁ , ଆସନ୍ତା ଦିନରେ ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଭେଟି ଦାବୀପତ୍ର ଦେବାର କାର୍ଯ୍ୟକ୍ରମ ରହିଥିବା ପରିଷଦର ଆବାହକ ସରୋଜ ନାୟକ ସୂଚନା ଦେଇଛନ୍ତି |