ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦଧିବାମନଜୀଉ ମଠ ପରିସରରେ ଶ୍ରୀମଦ୍ ଭାଗବତ ଜନ୍ମୋତ୍ସବ ପାଳନ

ଢେ଼ଙ୍କାନାଳ, 07/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ଦଧିବାମନଜୀଉ ମଠ ପରିସରରେ ଶ୍ରୀମଦ୍ ଭାଗବତ ପରିଷଦର ସଦସ୍ୟମାନଙ୍କ ଦ୍ବାରା ଶ୍ରୀମଦ୍ ଭାଗବତ ଜନ୍ମ ବିଧି ପୂର୍ବକ ପାଳିତ ହୋଇଛି । ଚୈତନ୍ୟ ମହାପ୍ରଭୁଙ୍କ ପାଦପଦ୍ମ ଭାଗବତ ମହାପୁରାଣ, ଅନ୍ୟାନ୍ୟ ପୂଜା ବୈଷ୍ଣବମାନଙ୍କୁ ଯଥାବିଧ ଆରାଧନା, ପୂଜା ଓ ହୋମାଦି କାର୍ଯ୍ୟକ୍ରମ, ନାମସଂକୀର୍ତନ କରାଯାଇ ଏକ ଭକ୍ତିମୟ ପରିବେଶରେ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାଗବତ ଗାଦି ପୂଜକ ଅକ୍ଷୟ ତ୍ରିପାଠୀ ଓ କୁନା ଶତପ‌ଥୀ ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ସର୍ବଶ୍ରୀ ଦାମୋଦର ସାହୁ, ବିରଞ୍ଚି ପଟ୍ଟନାୟକ, ନୃସିଂହ ଚରଣ ପାଣି, ପ୍ରସନ୍ନ ସାହୁ, ନିତ୍ୟାନନ୍ଦ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଭାଗବତ ଜନ୍ମ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିବା ପରିଷଦ କର୍ମକର୍ତା ଗୁଣନିଧି ପାତ୍ର ଜଣାଇଛନ୍ତି ।
5