ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆସୁଛି ପାର୍ବଣ ଋତୁ;ସବୁଠି କାଶତଣ୍ଡୀର ସମ୍ଭାର

ବୁଗୁଡ଼ା, 07/09/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଆଉ କିଛିଦିନ ପରେ ଦଶହରା। ମା' ଜଗତଜନନୀ ମହିଷାମର୍ଦ୍ଦିନୀ ଧରାପୃଷ୍ଠକୁ ବିଜେକରି ଅଧର୍ମ ବିନାଶ କରି ଧର୍ମର ସ୍ଥାପନ କରିବେ।ଗଣେଶ ପୂଜା ଓ ନୂଆଁଖାଇ ପରେ ଆରମ୍ଭ ହେବ ପାର୍ବଣର ଋତୁ ଦଶହରା ।ସହରଠୁ ଆରମ୍ଭ କରି ଗ୍ରାମ ଦୁଆରକୁ ମା' ଦୁର୍ଗାଙ୍କ ସ୍ବାଗତ ପାଇଁ ସୁସଜ୍ଜିତ କରାଯାଉଥିବା ବେଳେ ପ୍ରକୃତି ମଧ୍ୟ୍ୟ ଧରାପୃଷ୍ଠକୁ ଶ୍ୱେତ ବସ୍ତ୍ରରେ କାଶତଣ୍ଡୀକୁ ଆଗମନ କରାଇ ମା' ଜଗତଜନନୀ ଦୁର୍ଗାଙ୍କୁ ସ୍ବାଗତ ଜଣାଉଛି।ଏବେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଚୁର ପରିମାଣରେ କାଶତଣ୍ଡୀ ଫୁଟିଛି।କାଶତଣ୍ଡୀକୁ ଦେଖିଲେ ଶରତ ଋତୁର ଆଗମନ ଓ ତା ସହିତ ଦେବୀ ଦୁର୍ଗାଙ୍କ ପାର୍ବଣ ପୂଜା ପାଖେଇ ଆସୁଥିବା ଜଣାପଡେ।ଏବେ କାଶତଣ୍ଡୀ ହସି କହିଲାଣି ପାର୍ବଣର ଋତୁ ଆସୁଛି।ଜଳବାୟୁ ପରିବର୍ତ୍ତନ ପାଇଁ ଏ ବର୍ଷ କାଶତଣ୍ଡୀ ଆଗରୁ ଫୁଟିଛି।ସୁଲୁସୁଲିଆ ପବନରେ କାଶତଣ୍ଡୀ ହଲି ଦୋହଲି ପ୍ରକୃତିପ୍ରେମୀ,ଭାବୁକମାନକ ମନକୁ ପୁଲକିତ କରୁଛି। ପ୍ରକୃତି ରାଣୀ ସତେ ଯେପରି ଧଳା ରଙ୍ଗର ଚାମର ଧରି ପାର୍ବଣ ଋତୁକୁ ସ୍ବାଗତ କରିବା ସହ ଜଗତଜନନୀ ମା' ଦୁର୍ଗାଙ୍କ ଆଗମନକୁ ଅପେକ୍ଷା କରି ରହିଛି।ରାସ୍ତା ପାର୍ଶ୍ବରେ ଫୁଟିଥିବା କାଶତଣ୍ଡୀ ପଥଚାରୀ ମାନକୁ ଆନମନା କରୁଛି।କିଛି ଲୋକ ଘଡ଼ିଏ ଅଟକି ଯାଉଛନ୍ତି,ଆଉ ମନଭରି ଉପଭୋଗ କରୁଛନ୍ତି ପ୍ରକୃତି ରାଣୀର ଏ ମନଲୋଭା ଦୃଶ୍ୟକୁ।ଧଳା ରଙ୍ଗ ଶାନ୍ତିର ପ୍ରତୀକ ହୋଇଥିବାରୁ କାଶତଣ୍ଡୀ ସାରା ସଂସାରରେ ବିଞ୍ଛି ଚାଲିଛି ସତ୍ୟ ଓ ଶାନ୍ତିର ବାର୍ତ୍ତା।ପ୍ରକୃତି ରାଣୀ ସତେ ଯେପରି ନିଜକୁ ଧଳା ଚାଦରରେ ଘୋଡାଇ ହୋଇଛି।ରାସ୍ତା କଡର କାଶତଣ୍ଡୀ ପଥଚାରୀଙ୍କୁ ହସି ହସି କହୁଛି ସମସ୍ତେ ପ୍ରସ୍ତୁତ ରୁହ ଆଗକୁ ପାର୍ବଣ ଋତୁ ଆସୁଛି।
Article Image
4