ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

"ଘୁମୁସର ର ସ୍ବର" ପକ୍ଷରୁ ୧୫୩ତମ ସାହିତ୍ୟ ଆଲୋଚନା ଚକ୍ର

ବୁଗୁଡ଼ା, 07/09/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ) :
Article Image
ପବିତ୍ର ଭାଦ୍ରବମାସ ଈନ୍ଦୁପୁର୍ଣ୍ଣିମା ଓ ଭାଗବତ ଜନ୍ମ ତିଥି ଅବସରରେ ଓଡ଼ିଆ, ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ "ଘୁମୁସର ର ସ୍ବର" ବାଲିପଦର ପକ୍ଷରୁ ସ୍ଥାନିୟ ଆଜାଦ୍ କନଫେରେନ୍ସ ହଲ୍ ଠାରେ ଘୁମୁସର ର ସ୍ବରର ୧୫୩ତମ ସାହିତ୍ୟ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି। ଅତିଥି ଭାବେ ସମାଜସେବୀ ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, ଅବସରପ୍ରାପ୍ତ ସେନା ଅଧିକାରୀ ନାରୁସୁ ବେହରା, ଆସିକା ଚିନିଶୀଳ୍ପ କ୍ଷେତ୍ର କର୍ମଚାରୀ ଦିଲୀପ କୁମାର ସ୍ବାଇଁ, ମନୋଜ କୁମାର ମହାନ୍ତି, ନରହରି ପୋଲାଇ, ଶିବ ପ୍ରସାଦ ନାୟକ, ସଞ୍ଜୟ କୁମାର ନାହାକ, ପୁରୁଷୋତ୍ତମ ନାଥ, ରବିନ୍ଦ୍ର କୁମାର ନାୟକ, ସିମାଞ୍ଚଳ ନାୟକ ଯୋଗଦେଇ ଜଗନ୍ନାଥ ଦାସଙ୍କ ଭାଗବତ ସମ୍ପର୍କରେ ଆଲୋଚନା ହୋଇ ଭାଗବତ ହିଁ ମଣିଷ ଜୀବନ ବଞ୍ଚିବାର କୌଶଳ ଶିଖାଇ ଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଶେଷରେ ଲକ୍ଷ୍ମୀ ନାରାୟଣ ପଣ୍ଡା ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।
Article Image
5