ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜେଡି ଛାଡି ବିଜେପିରେ ଯୋଗଦେଲେ ଡାକରାବାଡ଼ିର ବହୁ ପରିବାର

ବୁଗୁଡ଼ା, 07/09/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ) :
Article Image
ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତର ଡାକରାବାଡି଼ ଗ୍ରାମରେ ୦୭/୦୯/୨୫ ତାରିଖ ରବିବାର ଦିନ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଥିଲେ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଢ଼ ନେତୃତ୍ୱ ଏବଂ ବିକଶିତ ଭାରତ ଗଠନ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଗ୍ରାମର ଶୁଶାନ୍ତ କୁମାର ପ୍ରଧାନ, ରଞ୍ଜନ କୁମାର ଜେନା, ଦିନବନ୍ଧୁ ପ୍ରଧାନ,ଚରଣ ଗୌଡ଼,ରଙ୍କନିଧି ସ୍ବାଇଁ,ଟୁନା ପ୍ରଧାନ,ଶ୍ରୀଧର ଜେନା,ରିଙ୍କୁ ପ୍ରଧାନ, ନିରଞ୍ଜନ ପ୍ରଧାନ , ରମେଶ ଚନ୍ଦ୍ର ସ୍ବାଇଁ,ଲଡୁ କିଶୋର ପ୍ରଧାନ, ପବିତ୍ର ଗୌଡ଼ ସମେତ ବହୁ ବିଜେଡି କର୍ମୀ ଦଳ ପରିତ୍ୟାଗ କରି ବିଜେପି ଦଳରେ ଯୋଗଦେଇଥିଲେ। ସମସ୍ତ କର୍ମୀଙ୍କୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ପୁଷ୍ପଗୁଚ୍ଛ,ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଆଜିର ମିଶ୍ରଣ ପର୍ବରେ ଆପଣମାନଙ୍କ ସମର୍ଥନ ଓ ଭଲପାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ବୁଗୁଡ଼ା ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ବିଧାୟକ ପ୍ରତିନିଧି ହରିହର ସାହୁ, ଆଇନଜୀବୀ ହରପ୍ରସାଦ ଦାସ,ମଦନଗୋପାଳ ଦୋରା, ଗଙ୍ଗାଧର ନାୟକ, ସୁନୀଲ ପାଢ଼ୀ ସହିତ ବହୁ ବିଜେପି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Article Image
15