ଏରସମା, 07/09/2025, ଉତ୍କଳ voice news - utkalvoicenews.com ( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଢ଼ିଙ୍କିଆ ଚାରିଦେଶ ଜିନ୍ଦଲ ପ୍ରଭାବିତ ଉନ୍ନୟନ ସମିତି ପକ୍ଷରୁ ନୂଆଗାଁ ସିଦ୍ଧ ଗୁମ୍ଫା ପରିସରରେ ଏକ ସାଧାରଣ ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି ।ସମାଜସେବୀ ତଥା ଶ୍ରମିକ ନେତା କ୍ଷୀରୋଦ ଚନ୍ଦ୍ର ପରିଡା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ସମାବେଶ ରେ ନୂଆଗାଁ ର ଶତାଧିକ ମହିଳା ଓ ଯୁବକ ମାନେ ଯୋଗଦେଇ ଢ଼ିଙ୍କିଆ ଚାରିଦେଶର ଶିଳ୍ପ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।ବିଶେଷ କରି ଜିନ୍ଦଲ ପ୍ରକଳ୍ପ କୁ ନେଇ ଯେଉଁ ସବୁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ସେ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା ।ସମସ୍ୟା ର ସମାଧାନ ନିମନ୍ତେ ସମାବେଶରେ ଯୋଗ ଦେଇଥିବା ମହିଳା ଓ ଯୁବକ ମାନେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ ।ଢ଼ିଙ୍କିଆ ଚାରିଦେଶ ଅଞ୍ଚଳରେ ବହୁ ଶିକ୍ଷିତ ଯୁବକ ଯୁବତୀ ବୈଷୟିକ ଡିଗ୍ରୀ ଧାରୀ ଓ ଆଇ ଟି ଆଇ ତାଲିମ ପ୍ରାପ୍ତ କୁଶଳୀ ଅଣ କୁଶଳୀ ଯୁବକ ଯୁବତୀ ଙ୍କୁ ଜିନ୍ଦଲ ପ୍ରକଳ୍ପ ରେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାକୁ ଏହି ସମାବେଶରେ ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ଦାବି କରାଯାଇଛି ।
ଏହି ସମାବେଶରେ ବରିଷ୍ଠ ଶିକ୍ଷାବିତ ନନ୍ଦ କିଶୋର ନାୟକ,ଶିକ୍ଷାବିତ ତଥା ବରିଷ୍ଠ ସାମ୍ବାଦିକ ବିଶ୍ୱ ନାଥ ରାଉତ,ଦିଲ୍ଲୀପ ମଲ୍ଲିକ,ଚନ୍ଦନ ମଲ୍ଲିକ,ମାନସ ରଞ୍ଜନ ମହାନ୍ତି, ବିଶ୍ଵଜିତ ନାୟକ,ରତ୍ନାକର ନାୟକ,ଅରୁପ ସ୍ମୃତି ପ୍ରଧାନ ପ୍ରମୁଖ ଯୋଗଦେଇ ଉନ୍ନୟନ ସମିତି କୁ ସୁଦୃଢ କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ ।ଏଥିରେ ବିଶେଷ କରି ମହିଳା ମାନେ ପ୍ରମୁଖ ଭୂମିକା ଗ୍ରହଣ କରି ବା ସହିତ ନିଯୁକ୍ତି ଓ ଥଇଥାନ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ଆସୁ ସମାଧାନ ନିମନ୍ତେ ଗଠନ ମୂଳକ ଆଲୋଚନା କରିଥିଲେ ।ଢ଼ିଙ୍କିଆ ଚାରିଦେଶ ଅଞ୍ଚଳ ର ବହୁ ଯୁବକ ଯୁବତୀ ରାଜ୍ୟ ବାହାରେ ବିଭିନ୍ନ କାର୍ଯ୍ୟ ରେ ନିୟୋଜିତ ଥିବାବେଳେ ଏବଂ ବହୁ ଶିକ୍ଷିତ ଯୁବକ ବେକାର ଥିବା ବେଳେ ଜିନ୍ଦଲ ପ୍ରକଳ୍ପ ରେ ବାହାର ଅଞ୍ଚଳ ର ବହୁ ଲୋକ ନିଯୁକ୍ତି ପାଇଛନ୍ତି ବୋଲି ଏହି ସମାବେଶରେ ବିଶେଷ ଭାବେ ଆଲୋଚନା ହୋଇଥିଲା ତେଣୁ ସ୍ଥାନୀୟ ଅଞ୍ଚଳର ନିଯୁକ୍ତି ସଂକ୍ରାନ୍ତିୟ ସମସ୍ୟା ର ସ୍ଥାଇ ସମାଧାନ ନିମନ୍ତେ ଦୃଢ଼ ଦାବି କରାଯାଇଥିଲା ।
