ଟାଙ୍ଗୀ, 08/09/2025, ଉତ୍କଳ voice news - utkalvoicenews.com ( ଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସାନ ଦେବିଲ ଗ୍ରାମରେ ଶ୍ରୀ ଶ୍ରୀ ଭାଗବତ ଜୀଉଙ୍କର ବାର୍ଷିକୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି. ଗ୍ରାମବାସୀ ଓ ସାଧୁସନ୍ଥଙ୍କ ମେଳରେ ଭଗବାନଙ୍କ କଥାମୃତ, ସମୁହ ଭଗବତ୍ ଗୀତା ପାଠ, ଭାଗବତ ବନ୍ଦନା ଏବଂ ଭଜନକୀର୍ତ୍ତନ ହୋଇଥିଲା. ଏହି ଅବସରରେ କବି ପ୍ରଦିପ୍ତ କିଶୋର ମିଶ୍ରଙ୍କ ଦ୍ବାରା ଲିଖିତ ଭାବଭକ୍ତି ଭରା ଗୀତି କବିତା ମାଳା ସନ୍ଧାନ ପୁସ୍ତକ ଉନ୍ମୋଚନ ହୋଇଥିଲା. ସିଦ୍ଧଗିରି ଆଶ୍ରମର ମହନ୍ତ ବାବା ବିଶ୍ବନାଥ ଦାସ, ସନ୍ତୋଷ କୁମାର ମିଶ୍ର, କବି ପ୍ରଦିପ୍ତ କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ. ସ୍ଥାନୀୟ ଭଗବତ ପ୍ରେମି ତଥା ସମାଜସେବୀଙ୍କୁ ନୀଳକଣ୍ଠ ମିଶ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା. ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା.