ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ପ୍ରେସକ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

କୁଜଙ୍ଗ , 16/11/2024, ଉତ୍କଳ voice news - utkalvoicenews.comକୁଜଙ୍ଗ ପ୍ରେସ୍ କ୍ଲବ ପକ୍ଷରୁ ଅଜି କୁଜଙ୍ଗ ସ୍ଥିତ ନ୍ୟାସନାଲ ସ୍କୁଲ ପରିସରରେ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ ହୋଇଯାଇଛି l ସଭାପତି ରଘୁନାଥ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଜୀବନାନନ୍ଦ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିବା ସହିତ ସରକାର ସାମ୍ବାଦିକ ମାନଙ୍କର ସାମାଜିକ ଆର୍ଥିକ ସୁରକ୍ଷା ସମ୍ପର୍କରେ ଚିନ୍ତନ କରିବା ଉପରେ ଗୁରୁତ୍ବାରୋପ କରି ସୁରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ । ସଭାପତି ଶ୍ରୀଯୁକ୍ତ ସାହୁ କୁଜଙ୍ଗ ରେ ସମସ୍ତ ସାମ୍ବାଦିକ ମାନେ ଏକତ୍ରୀତ ହୋଇ ନିଜ ନିଜର ବୃତ୍ତି ସମ୍ପାଦନ କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବ ର ସମ୍ପାଦକ ଦୁଷ୍ମନ୍ତ ମାଝୀ, ସହସମ୍ପାଦକ ରାମଦାସ ମହାନ୍ତି,ରଂଜିତ କୁମାର ପଣ୍ଡା,ସୁଶାନ୍ତି ସାମଲ, ସୁଦର୍ଶନ ମଲ୍ଲ, ବରଦା ପ୍ରସନ୍ନ ବିଷ୍ବାଳ,ସନ୍ତୋଷ କୁମାର ବିଶ୍ବାଳ, ଚନ୍ଦନ ସାମଲ, ଜଂଗେଶ୍ବର ଦଳାଇ, ଅରୁ ପ୍ରସାଦ ମହାନ୍ତି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।
Article Image
1