ରାହାମା, 08/09/2025, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ) :
ସମ୍ବାଦ ଓ ଆମ ଓଡ଼ିଶା ତରଫରୁ ସମ୍ବାଦର ୪୨ତମ ସ୍ଵନକ୍ଷତ୍ର ଉତ୍ସବ ପାଳନ ଉପଲକ୍ଷେ ରାହାମା ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ସାଇଲୋ ଠାରେ ଆନ୍ତଃ ସ୍କୁଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନବୋଦୟ ବିଦ୍ୟାଳୟ ରାହାମା, ଆଦର୍ଶ ବିଦ୍ୟାଳୟ ଅଗପାଳ,ପଙ୍କପାଳ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ରାହାମା,ମକର ପଡିଆ ସେଣ୍ଟ ଜାଭିୟର ହାଇସ୍କୁଲ,ରାହାମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜ୍ଞାନ ବିକାଶ ପଙ୍କପାଳ, ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପଙ୍କପାଳ ଆଦି ସ୍କୁଲର ୨୯୯ ଜଣ ଛାତ୍ରଛାତ୍ରୀ ହସ୍ତାକ୍ଷର, ଚିତ୍ରାଙ୍କନ, ପ୍ରବନ୍ଧ ବା ଭାଷାଜ୍ଞାନ ପରୀକ୍ଷା ରେ ଭାଗ ନେଇଥିଲେ। ସମ୍ବାଦ ରାହାମା ପ୍ରତିନିଧି ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଏହାକୁ ଆୟୋଜନ କରିଥିବା ବେଳେ

ବିଶିଷ୍ଟ ସମାଜସେବୀ ବରିଷ୍ଠ ସାମ୍ବାଦିକ ଡ଼ଃ ସୁନାକର ବେହେରାଙ୍କ ମୁଖ୍ୟ ସଂଯୋଜନାରେ ଏହାକୁ ସୁପରିଚାଳନା କରିଥିଲେ। ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ସଂମ୍ମାନିତ କରିବା ସଭାକୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଜେଏନବିର କ୍ରୀଡା ଶିକ୍ଷକ ସୂର୍ଯ୍ୟକାନ୍ତ ଘଡେଇ। ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକୃଷ୍ଣ ମହାପାତ୍ର ମୁଖ୍ୟ ଅତିଥି, ତିର୍ତ୍ତୋଲ ଥାନା ଆରକ୍ଷୀ ନିରୀକ୍ଷକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସେଠି ସ୍ୱତନ୍ତ୍ର ଅତିଥି,ସଂମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ବୁଦ୍ଧିଜୀବୀ ଅକ୍ଷୟ କୁମାର ସାହୁ ,ତେରମାଣପୁର ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ମୁଦୁଲି,କ୍ରୀଡା ସମ୍ପାଦକ କୁଜଙ୍ଗ ବ୍ଲକ ରଶ୍ମିକାନ୍ତ ଦାସ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତାଳପଡା ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ କୁମାର ଶତପଥୀ, ଇଂ ଆଶିଷ ମହାପାତ୍ର,ସ୍ଥାନୀୟ ପ୍ରତିନିଧି ସୌଭାଗ୍ୟ ରଞ୍ଜନ ନାୟକ,ସାଇଲୋ ପ୍ରଭାରୀ ଜିତେନ୍ଦ୍ର କୁମାର ସ୍ୱାଇଁ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗିତାରେ ଚିତ୍ରାଙ୍କନରେ ଶ୍ରୀ ତୀର୍ଥରାଜ ନାୟକ ପ୍ରଥମ ସରସ୍ବତୀ ଶିଶୁ ବିଦ୍ୟାମଦିର ତାଳପଡା, ଦ୍ଵିତୀୟ ପ୍ରିୟାଂଶି ପରିଡା ଜାଭିୟର ହାଇସ୍କୁଲ ମକର ପଡିଆ, ତୃତୀୟ ଆୟଶା ଦାସ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ତାଳପଡା, ହସ୍ତାକ୍ଷରରେ ପ୍ରଥମ ମଧୁସ୍ମିତା ଦାସ ଓଡିଶା ଆଦର୍ଶ ବିଦ୍ୟାଳୟ ଅଗପାଳ,ଦ୍ୱିତୀୟ ସାଇ ସମୀକ୍ଷା ଦାସ ଓଡିଶା ଆଦର୍ଶ ବିଦ୍ୟାଳୟ ଅଗପାଳ,ତୃତୀୟ ସାଇ ସ୍ୱସ୍ତିକ ସାହୁ ଜେଏନଭି ସାଇଲୋ ଏବଂ ପ୍ରବନ୍ଧ ବା ଭାଷାଜ୍ଞାନ ରେ ପ୍ରଥମ ବିଶ୍ୱଜିତ ସାହାଣୀ ଜେଏନଭି ସାଇଲୋ,ଦ୍ୱିତୀୟ ସୁଶ୍ରୀ ସେଲିନା ମହାପାତ୍ର ଜେଏନଭି ସାଇଲୋ,ତୃତୀୟ ସ୍ମୃତିରେଖା ସାହୁ ଜେଏନଭି ସାଇଲୋ ପ୍ରତିଯୋଗିତାରେ ମନୋନୀତ ହୋଇଥିଲେ। ଏହି ପ୍ରତିଯୋଗିତାକୁ ସରକାରୀ ଉଚ୍ଚ ବିଦ୍ୟାଳୟ ଶିରୋଳ ବିଜ୍ଞାନ ଶିକ୍ଷକ ପାର୍ଥ ସାରଥୀ ଚୌଧୁରୀ,ନବୋଦୟ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ସନ୍ତୋଷ କୁମାର ଜେନା,ଇଂରାଜୀ ଶିକ୍ଷକ ଦିଗନ୍ତ ପଟ୍ଟନାୟକ, ଗଣିତ ଶିକ୍ଷୟତ୍ରୀ ପ୍ରମିଳା କୁମାରୀ ସାହୁ, କଳା ଶିକ୍ଷକ ସୁଧୀରଞ୍ଜନ ମହାପାତ୍ର, ସଂଗୀତ ଶିକ୍ଷୟତ୍ରୀ ପଦ୍ମଜା ବେହେରା,ସରସ୍ବତୀ ଶିଶୁ ମନ୍ଦିର ତାଳପଡା ଚିତ୍ରାଙ୍କନ ଶିକ୍ଷକ ଧୀରେନ୍ଦ୍ର କୁମାର ବେହେରା,ସାହିତ୍ୟ ଶିକ୍ଷକ ଅଜୟ କୁମାର ସ୍ୱାଇଁ, ସରକାରୀ ସାଇଲୋ ଉଚ୍ଚ ବିଦ୍ୟାଳୟ କଳାଶିକ୍ଷକ ଜୁନେଜ ଗମାଙ୍ଗ,ସାରଳା ଉଚ୍ଚବିଦ୍ୟାପୀଠ ଧୂଆଁସାହି ହିନ୍ଦୀ ଶିକ୍ଷକ ଅଜୟ କୁମାର ସ୍ୱାଇଁ, ଡଗରପଡ଼ା ଉପ୍ରା ବିଦ୍ୟାଳୟ ଶିକ୍ଷୟତ୍ରୀ ଜୟଶ୍ରୀ ନନ୍ଦିନୀ ସାହୁ,ଅଙ୍ଗନୱାଡି ଶିକ୍ଷକ ପ୍ରମୋଦିନୀ ବେହେରା,ସେଣ୍ଟ ଜାଭିୟର ରାହାମା ପୂଜାଲିନ ସାହୁ, ସାମ୍ବାଦିକ ଚନ୍ଦ୍ରକାନ୍ତ ବାରିକ ପ୍ରମୁଖ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ କରିଥିଲେ।ସାମାଜିକ କର୍ମୀ ବାଲୁଙ୍କେଶ୍ୱର ସାହୁ, ବରିଷ୍ଠ ସାମ୍ବାଦିକ ଶରତ କୁମାର ଦାସ,ମନୋଜ ଜେନା,ଅଭିଭାବକ ସୂର୍ଯ୍ୟକାନ୍ତ ଦାସ ଓ ଜେଏନଭି ର ନିତ୍ୟାନନ୍ଦ ବେହେରା,ଜଗନ କୁମାର ଦାସ,ବାଦଲ କୁମାର ଘଡେଇ, ପ୍ରଶାନ୍ତ କୁମାର ଦାସ, ଜ୍ଞାନ ରଞ୍ଜନ ବାରିକ ଇତ୍ୟାଦି ପରିଚାଳନାରେ ସହଯୋଗ କରିଥିଲେ। ସାମ୍ବାଦିକ ଶ୍ରୀ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।



