ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚଣ୍ଡିତଳ ଗ୍ରାମ ପଞ୍ଚାୟତ ତରଫରୁ ବିଜୁ ଜନତାଦଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଅଛି

ଯାଜପୁର, 08/09/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନିକଟବର୍ତ୍ତୀ ବାତୁଅ ଗ୍ରାମ ଠାରେ ବିଜୁ ଜନତାଦଳ ର କର୍ମୀ ବୈଠକ ସଭାପତି ରବିନ୍ଦ୍ର ବେହେରା ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ପୂର୍ବତନ ବଡ଼ଚଣା ପଞ୍ଚାୟତ ସମିତିର ର ଅଧକ୍ଷା କୈଳାସ ଚନ୍ଦ୍ର ରାଉତ, ପୂର୍ବତନ ସରପଞ୍ଚ ମମିନ୍ ଅଲ୍ଲୀ ଖାଁ, ସମିତି ସଭ୍ୟ ଝିଲ୍ଲୀ ମଲ୍ଲିକ,ନାୟବ ସରପଞ୍ଚ ତରଣୀ ସେନ୍ ରାଉତ, ଉପେନ୍ଦ୍ର ମଲ୍ଲିକ, କୈଳାସ ଚନ୍ଦ୍ର ରାଉତ କହିଥିଲେ ଚଣ୍ଡିତଳ ପଞ୍ଚାୟତ ରେ ଯାହା ବି ବିକାଶ ହୋଇଛି ସବୁ ବିଜେଡି ସରକାର ସମୟରେ ହୋଇଯାଇଛି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ,ବସୁଧା ଯୋଜନା ରେ ସମସ୍ତଙ୍କୁ ପାନୀୟ ଜଳ, ପଞ୍ଚାୟତ ରେ ସବୁ ଗ୍ରାମରେ ରାସ୍ତା ନିର୍ମାଣ,ସବୁ ଗ୍ରାମ ରେ ପୁଷ୍କରିଣୀ ପୁନଃ ଉଦ୍ଧାର,5T ରେ ବିଦ୍ୟାଳୟ ଗୁଡିକ ର ଉନ୍ନତି କରଣ,ଯୋଗ୍ୟ ହିତାଧିକାରୀ ଥିବା ଲୋକ ମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ,ଓ ମଧୁବାବୁ ଯୋଜନା ରେ ସମସ୍ତଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା, କିଶୋର ମହାନ୍ତିଙ୍କ ଉଦ୍ୟମ ରେ ଚଣ୍ଡିତଳ ଗ୍ରାମ ରୁ ଆଶିଷ କୁମାର ମହାନ୍ତି ଉପରେ ବିଜେଡି ଦଳ ଭରସା ରଖି ଚଣ୍ଡିତଳ ଗ୍ରାମ ପଞ୍ଚାୟତ ତରଫରୁ ଯୁବ ସଭାପତି ରୂପେ ଚୟନ କରାଯାଇଛି, ଏହାକୁ ଚଣ୍ଡିତଳ ଗ୍ରାମ ପଞ୍ଚାୟତ ର ସମସ୍ତ ବିଜୁ ଜନତାଦଳ ର କର୍ମୀ ମାନେ ଉପସ୍ଥିତ ରହି ସହମତି ପ୍ରଦାନ କରିଥିଲେ। ବିଜେପି ଦଳ କର୍ମୀ ମାନେ ବିଜେପି ଦଳ ଛାଡି ବିଜୁ ଜନତାଦଳ ଉପରେ ଆସ୍ଥା ପ୍ରକଟ କରି ଆସି ଯୋଗ ଦେଇଥିଲେ, ସଭାପତି ଙ୍କ ଏଭଳି କାର୍ଯ୍ୟକ୍ରମ କୁ ବଡ଼ଚଣା ବିଜୁ ଜନତାଦଳ ର ସଭାପତି ତାପସ ଚନ୍ଦ୍ର ରାୟ ପ୍ରଶଂସା କରିଛନ୍ତି।
9