ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଭୁବନେଶ୍ୱର, 08/09/2025, ଉତ୍କଳ voice news - utkalvoicenews.com ( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଭୁବନେଶ୍ୱର ସ୍ଥିତ ଶଂଖ ଭବନରେ ସମ୍ବର୍ଦ୍ଧନା ସଭା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଜୁଜନତା ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୁବ ବିଜୁଜନତା ଦଳର ଯୁବ ରାଜ୍ୟ ସଭାପତି ଓ ଛାତ୍ର ସଭାପତି ଘୋଷଣା କରିଥିଲେ। ଆଜି ସାରା ରାଜ୍ୟର ହଜାର ହଜାର ସଂଖ୍ୟାରେ ବିଜୁଜନତା ଦଳର ଯୁବ ଓ ଛାତ୍ର କର୍ମୀମାନେ ବିଜୁପଟ୍ଟନାୟକ ବିମାନ ବନ୍ଦର ନିକଟରେ ରାଜ୍ୟ ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାନେତ୍ରୀ ଇସ୍ପିତା ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ଏକ ବିଶାଳ ପଦଯାତ୍ରାରେ ଯାଇ ପହଞ୍ଚିଥିଲେ। ଶଂଖ ଭବନ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ଚାନ୍ଦବାଲି ବିଧାୟକ ଡ଼ ବେମକେଶ ରାୟ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଜୁଜନତା ଦଳର ବରିଷ୍ଠ ଉପସଭାପତି ଦେବିପ୍ରସାଦ ମିଶ୍ର, ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଜଗତସିଂହପୁର ଜିଲ୍ଲା ମହିଳା ସଭାନେତ୍ରୀ ସବୀତା ମହାପାତ୍ର , ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳର ଯୁବ ସଭାପତି ଆଦିତ୍ୟ ନନ୍ଦନ ଦାସ, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ଯୁବ ସଭାପତି ପ୍ରାର୍ଥ ସାରଥୀ ରାଉତ, ଏରସମା ବ୍ଲକ ବିଜୁଜନତା ଦଳର ଯୁବ ସଭାପତି ଲୋକନାଥ ରାଉତଙ୍କ ସମେତ ସାରା ରାଜ୍ୟରୁ ବିଭିନ୍ନ ବିଜୁଜନତା ଦଳର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
Article Image
15