ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚାନ୍ଦା ନ ଦେବାରୁ ମାଡ଼ ମାରି ଅଚେତ୍ କରିବା ସହିତ ମୋବାଇଲ୍ ଓ ଟଙ୍କା ଛଡ଼େଇ ନେଲେ।

ଢେ଼ଙ୍କାନାଳ, 08/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଅଭିଯୋଗ କାରିଣୀ ଶ୍ରୀମତୀ ରଶ୍ମୀ ନାଏକ ଓ ସାହିର ଲୋକମାନେ,ସା/ପୋ-ବଳରାମପୁର,ଥାନା -ସଦର, ଜିଲ୍ଲା -ଢେଙ୍କାନାଳ ଘଟଣା ଅନୁସାରେ ରଞ୍ଜନ ନାଏକ, ପିତା -ରବି ନାଏକ, ଗ୍ରାମ -ବଳରାମପୁର,ଥାନା-ସଦର , ଜିଲ୍ଲା -ଢେଙ୍କାନାଳ ଜଣେ ଡ୍ରାଇଭର।ସେ ଗତ ତା-୦୪/୦୯/୨୦୨୫ ରାତି ୧୧ଟା ବେଳେ ଟ୍ରକରେ ପାଣି ପାଇପ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ବଳରାମପୁର ଗ୍ରାମକୁ ଫେରୁଥିବା ବେଳେ ପରିଡ଼ା ସାହିର ହାସନ ପରିଡ଼ା, ପିତା -ନଗେନ ପରିଡ଼ା ଓ ତାର ସହଯୋଗୀ କାଣ୍ଡବିନ୍ଧା ଗ୍ରାମର ଟିଟୁ ଓ ଆକାଶ ଟ୍ରକ୍ ଅଟକାଇ ଚାନ୍ଦା ମାଗିଲେ। ଚାନ୍ଦା ନ ଦେବାରୁ ମାଡ଼ ମାରିଥିଲେ। ଏହାପରେ ଟ୍ରକ୍ ନେଇ ମେଡିକାଲ ଆଡ଼କୁ ଗଲାବେଳେ ଅଭିଯୁକ୍ତମାନେ ପୁଣି ରଞ୍ଜନ କୁ ଗାଡ଼ିରୁ ଘୋଷାଡି ନିସ୍ତୁକ ମାଡ ଦେବା ସହିତ ୩୦,୦୦୦/- ଟଙ୍କା, ମୋବାଇଲ, ଲାଇସେନ୍ସ,ଗାଡ଼ି କାଗଜପତ୍ର,ମନି ପର୍ସ ଆଦି ଛଡ଼େଇ ନେଲେ। ବିରୋଧ କରିବାରୁ ସେମାନେ ମେଡିକାଲ ପଛପଟକୁ ଘୋଷାଡି ନେଇ ଶଳା ମାଗିହା ପାଣ କୁ ଆଜି ଜୀବନରେ ମାରିଦେବାକୁ କହି ଛାତିରେ ପଥର କଚାଡି ଦେବା ସହ ବେକରେ ,ଛାତିରେ ଓ ପେଟରେ ଠିଆହୋଇ ନାଚି ଦେବାରୁ ସେ ଅଚେତ ହୋଇପଡ଼ିଲେ।ପାଟି ଓ ମୁଣ୍ଡରୁ ରକ୍ତ ବାହାରିବାରୁ ମରିଗଲା ବୋଲି ଛାଡିଦେଲେ।ଏ ଘଟଣାରେ ରଞ୍ଜନ କୁ ଉଧାର କରିବା ପାଇଁ ସାଥୀ ଡ୍ରାଇଭର ଜଗନ୍ନାଥ ପ୍ରଧାନ ଓ ସୁପରଭାଇଜର ନିର୍ମଳ, ୧୦୮ ଆମ୍ବୁଲାନ୍ସ ଡାକି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ପଠାଇଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇଲେ। ସଦର ପୋଲିସ ଏତଲାର ରୁଜୁ କରି ବସିପଡିଥିବା ଯୋଗୁଁ ଅଭିଯୁକ୍ତମାନେ ପୀଡ଼ିତ ପରିବାରକୁ କେଶ୍ ଉଠାଇବାକୁ ଧମକ ଦେଉଛନ୍ତି। ଅତିରିକ୍ତ ଏମ୍.ପି.ଙ୍କୁ ଅଭିଯୋଗ ପରେ ପିଡିତଙ୍କୁ ପୁଣି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି। ପୀଡ଼ିତ ରଞ୍ଜନ ଚାଲି ବୁଲି କରିପାରୁନାହିଁ କି କଥାବାର୍ତ୍ତା କରିପାରୁନାହିଁ।ଆମ୍ବେଦକର ସେବା ସଂଗଠନର ସମ୍ପାଦକ ଶ୍ରୀ ଚିତ୍ରସେନ ନାଏକଙ୍କ ସହିତ ସାକ୍ଷାତ କରି ତାଙ୍କର ଅଭିଯୋଗ ଜଣାଇବା ପରେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ।ଏମ୍.ପି.ଅନୁପସ୍ଥିତିରେ ଅତିରିକ୍ତ ଏସ.ପି.ସୂର୍ଯ୍ୟମଣି ପ୍ରଧାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ସୁରକ୍ଷା ଓ କ୍ଷତିପୂରଣ ପାଇଁ ଅନୁରୋଧ କରିଥିଲେ।ଅସହାୟ ଅନୁସୂଚିତ ଜାତି ପରିବାରକୁ ନ୍ୟାୟ ଦେବାପାଇଁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି।
Article Image
Article Image
12