ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାଶୀପୁର ବ୍ଲକରେ ଦାଦନ ଶ୍ରମିକର ମୃତ୍ୟୁ: ତିରୁପତିରେ ଜୀବନ ହାରିଲେ ଉମାଶଙ୍କର ମାଝୀ

ରାୟଗଡ଼ା, 09/09/2025, ଉତ୍କଳ voice news - utkalvoicenews.com ( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଦାଦନ ଶ୍ରମିକ ସମସ୍ୟା କାଶୀପୁର ବ୍ଲକରେ ଏପରି ଭାବରେ ଜଡ଼ି ରହିଛି ଯେ, ଏଠାର ଯୁବମାନେ ଜୀବନ ଜୀବିକା ନିମିତ୍ତେ ଦୂର ଦେଶକୁ ଯାଇ ଅସୁରକ୍ଷିତ ପରିସ୍ଥିତିରେ କାମ କରିବାକୁ ବାଧ୍ୟ ହେଉଛନ୍ତି। କାଶୀପୁର ବ୍ଲକ ଅନ୍ତର୍ଗତ ବାଙ୍କାମ୍ବ ପଞ୍ଚାୟତର ମାଙ୍କଡଝୋଲା ଗ୍ରାମର ଉମାଶଙ୍କର ମାଝୀଙ୍କ ମୃତ୍ୟୁ ଏହି ଯନ୍ତ୍ରଣାଦାୟକ  ପୁଣିଥରେ ସାମ୍ନାକୁ ଆସିଛି। ଗ୍ରାମର ଦଳପତି ମାଝୀଙ୍କ ପୁଅ ଉମାଶଙ୍କର ମାଝୀ ଜୀବିକା ନିମିତ୍ତେ ଦାଦନ ଶ୍ରମିକ ଭାବେ ତିରୁପତି ର ଏକ ପାଇପ ଲାଇନ କମ୍ପାନୀରେ କାମ କରୁଥିଲେ। ଶ୍ରମିକ ସହଯୋଗୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ୬ ସେପ୍ଟେମ୍ବର ଦିନ ସେ ହଠାତ୍ ଅସୁସ୍ଥ ହେଇଥିଲେ। ତାଙ୍କୁ ତତ୍କାଳ ନିକଟସ୍ଥ ମେଡିକାଲ କେନ୍ଦ୍ରକୁ ନେଇଯିବା ସତ୍ତ୍ୱେ, ଚିକିତ୍ସା ଦିଆଯାଉଥିବା ବେଳେ ସେଠାରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ଶୁଣି ତାଙ୍କ ପରିବାର ଲୋକେ ତିରୁପତିକୁ ଯାଇଥିବା ଜଣାପଡ଼ିଛି। ଉମାଶଙ୍କର ଅସମୟରେ ମୃତ୍ୟୁ ଦେଖି ଗାଁ ଓ ଅଞ୍ଚଳରେ ଶୋକ ଓ ଆକ୍ରୋଶର ପରିବେଶ ବ୍ୟାପିଛି। ସ୍ଥାନୀୟ ଲୋକମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି ଯେ, “କାଶୀପୁର ଅଞ୍ଚଳରେ ଏତେ ଧାରାବାହିକ ଉନ୍ନତି ଓ କମ୍ପାନୀ ଥିଲେ ମଧ୍ୟ ଯୁବକ ମାନେ ନିଯୁକ୍ତି ନ ପାଇ ଦୂର ଦେଶକୁ ଯାଇ ଜୀବନ ହୋରାଉଛନ୍ତି। ଏହା ଏକ ଗମ୍ଭୀର ଏବଂ ଦୁଃଖଦ ଅବସ୍ଥା।” ଏହି ଘଟଣା ପରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଳିଛି | ଏତେ ଉନ୍ନତିର ଦାବି ମଧ୍ୟରେ ଯଦି ଯୁବକମାନେ ଦାଦନ ଶ୍ରମିକ ଭାବରେ ଜୀବନ ବିତାଇବାକୁ ବାଧ୍ୟ ହୁଅନ୍ତି, ତେବେ କାଶୀପୁର ବ୍ଲକ ରେ ଏହି ଉନ୍ନତି କାହା ପାଇଁ ବୋଲି ଏବେ ପ୍ରଶ୍ନ ଉଠୁଛି ?
5