ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶହୀଦ ବାଜିରାଉତଙ୍କ ଶତବାର୍ଷିକ ଜନ୍ମଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ, 09/09/2025, ଉତ୍କଳ voice news - utkalvoicenews.com (ଶୁଭମ୍ ପାଣି ଙ୍କ ରିପୋର୍ଟ) :
Article Image
ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଶହୀଦ ବାଜିରାଉତଙ୍କ ଶତବାର୍ଷିକୀ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶହୀଦ ବାଜି ରାଉତଙ୍କ ଢେଙ୍କାନାଳ ମାଟି ପାଇଁ ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ଓ କିଭଳି ତାଙ୍କର ଜନ୍ମ ଜୟନ୍ତୀକୁ ମହା ଆଡମ୍ବର ସହ ପାଳନ କରାଯିବ ସେ ନେଇ ଆଲୋଚନା କରିଥିଲେ l ଏହି ଶତବାର୍ଷିକୀ ଜନ୍ମ ଜୟନ୍ତୀ ଅକ୍ଟୋବର ୫, ୨୦୨୫ ରୁ ଆରମ୍ଭ ହୋଇ ଅକ୍ଟୋବର ୫, ୨୦୨୬ ପର୍ଯ୍ୟନ୍ତ ଚାଲିବ l ତେବେ ଏହି ବର୍ଷ ତମାମ ଜୟନ୍ତୀ ସମାରୋହର ରୂପରେଖ କଣ ରହିବ, ତାହାର ଏକ ବିସ୍ତୃତ ବିବରଣୀ ଦେବା ପାଇଁ ସେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହା ସହିତ ସେ ଶହୀଦ ବାଜି ରାଉତଙ୍କ ନାମରେ ପାର୍କ, ସଂଗ୍ରାହଳୟ, ମାର୍ଗ ଇତ୍ୟାଦି କରିବା ପାଇଁ ନିଜର ମତାମତ ପ୍ରଦାନ କରିଥିଲେ l ଏଥିସହିତ ସେ କହିଥିଲେ ଶହୀଦ ବାଜି ରାଉତଙ୍କ ବଳିଦାନ ସମ୍ପର୍କରେ ପରପିଢ଼ିଙ୍କୁ ଜଣାଇବା ଆମର କର୍ତ୍ତବ୍ୟ, ତେଣୁ ଆମେ ଏ ଦିଗରେ ଦାୟିତ୍ୱବାନ ହେବା ଆବଶ୍ୟକ l ବୈଠକରେ ମାନ୍ୟବର ବିଧାୟକ ପରଜଙ୍ଗ ଶ୍ରୀ ବିଭୂତି ଭୂଷଣ ପ୍ରଧାନ ଯୋଗଦେଇ କହିଥିଲେ ଯେ, ଏହି ଜନ୍ମ ଜୟନ୍ତୀ ସମାରୋହ ତୃଣମୂଳ ସ୍ତରରୁ ହେବା ଆବଶ୍ୟକ l ଯାହା ଦ୍ୱାରା ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକ ଜଡିତ ହେଇପାରିବେ l ବୈଠକ ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅଭିଷେକ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହାପରେ ରାଜ୍ୟ ସ୍ତରୀୟ ବାଜି ରାଉତ ମେମୋରିଆଲ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ଆଇଚ ଓ ଜିଲ୍ଲା ସ୍ତରରେ ଥିବା ବାଜି ରାଉତ ସ୍ମୃତି ପରିଷଦର ସଭାପତି ଶ୍ରୀ କୋଦଣ୍ଡଧର ସାହୁ, ଏହି ଶତ ବାର୍ଷିକୀ ଜନ୍ମ ଜୟନ୍ତୀ ପାଇଁ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ବୈଠକ ଶେଷରେ ଅତରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଧନ୍ୟବାଦ ଅର୍ପଣ କରିଥିଲେ l ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନଵ ସୋନକର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠି, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଗଣ ଯୋଗଦେଇଥିଲେ l
3