ଏରସମା, 09/09/2025, ଉତ୍କଳ voice news - utkalvoicenews.com ( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ନୃସିଂହ ସାହୁଙ୍କ ନେତୃତ୍ବରେ ଏରସମା ବିଜେପି କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି ଅମରେନ୍ଦ୍ର ଦଲାଇଙ୍କ ଅଧ୍ୟକ୍ଷତାରେ ସେବା ପକ୍ଷ (୧୭ ସେପ୍ଟେମ୍ବର ଠାରୁ ୦୨ ଅକ୍ଟୋବର) ଉପଲକ୍ଷେ ଏରସମା ମଣ୍ଡଳର କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ଆଗାମୀ ୧୭ ତାରିଖ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ଜନ୍ମଦିନ ଠାରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପକ୍ଷ ଚାଲୁ ରହିବ। ଏହି ସେବା ପକ୍ଷରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ,ରକ୍ତଦାନ, ପଣ୍ଡିତ ଦିନଦୟାଲ ଙ୍କ ଜୟନ୍ତୀ ପାଳନ, ସ୍ୱଦେଶୀ ବ୍ୟବହାର, ସାଂସଦ ଙ୍କ କ୍ରୀଡା ପ୍ରତିଯୋଗିତା, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ,ଅକ୍ଟୋବର ୨ ଗାନ୍ଧୀ ଜୀ ଏବଂ ଶାସ୍ତ୍ରୀ ଜୀ ଙ୍କ ଜୟନ୍ତୀ ପାଳନ କରାଯିବ।

ଆଜିର ଏହି କର୍ମଶାଳାରେ ଯୋଗଦେଇଥିଲେ ସେବା ପକ୍ଷର ସଂଯୋଜକ ଜଟାଧାରୀ ସ୍ବାଇଁ, କୃଷ୍ଣଚନ୍ଦ୍ର ପୁର ମଣ୍ଡଳ ସଭାପତି ଅନିଲ ସ୍ୱାଇଁ,ନାରଦିଆ ସରପଞ୍ଚ ସିମାଇ ଭୋଳ, ନାରଦିଆ ପଞ୍ଚାୟତ ସମିତି ସଭ୍ୟ ପ୍ରଫୁଲ୍ଲ ପାଳ, ଜପା ପଞ୍ଚାୟତ ପୂର୍ବତନ ସରପଞ୍ଚ ତପନ ଗଛାୟାତ, ବିଶ୍ଵନାଥ ପ୍ରତାପ, ନିର୍ବାଚନ ସ୍ୱ।ଇଁ,ହେମନ୍ତ ରାଉତ, ସୁବାସ ସାହୁ ଏବଂ ଭାରତୀୟ ଜନତା ପାର୍ଟୀର ଦେବଦୂର୍ଲଭ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।ସେବା ପକ୍ଷରେ ସମସ୍ତ କାର୍ଯ୍ୟକ୍ରମକୁ ଶକ୍ତିକେନ୍ଦ୍ର ଏବଂ ବୁଥ ସ୍ତରରେ ସୁଚାରୁରୂପେ କାର୍ଯ୍ୟକ୍ଷମ କରିବାକୁ କର୍ମଶାଳାରେ ମାର୍ଗଦର୍ଶନ କରାଯାଇଥିଲା।