ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଫ୍ଲିମାଳି ଖଣି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ .୭୦ ୟୁନିଟ୍ ରକ୍ତ ସଂଗୃହୀତ

ରାୟଗଡ଼ା / କାଶୀପୁର, 09/09/2025, ଉତ୍କଳ voice news - utkalvoicenews.com ( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରକ୍ତ ଦାନ, ମହତ ଦାନ। ରକ୍ତ ଦାନ କରି ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟ ନେଇ ଆଜି ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ, ବାଫ୍ଲିମାଳି ଖଣି ଓ ଜିଲ୍ଲା ରକ୍ତ କେନ୍ଦ୍ର ତରଫରୁ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ ଦୀପ ପ୍ରଜ୍ବଳନ ପୂର୍ବକ ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଥିଲା। ଶିବିରରେ ବାଫ୍ଲିମାଳୀ ଖଣି ମୁଖ୍ୟ ବିଜୟ ଚୌହାନ ଉପସ୍ଥିତ ରହି ରକ୍ତଦାନ କରିବା ସହ ସହଯୋଗୀ କର୍ମଚାରୀଙ୍କୁ ମଧ୍ୟ ରକ୍ତଦାନ କରିବା ନିମନ୍ତେ ଉତ୍ସାହିତ କରିଥିଲେ। ପରେ ଉଦବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି ଯେ, ରକ୍ତ ଅଭାବରୁ ଯେପରି କୌଣସି ବ୍ୟକ୍ତିଙ୍କ ଜିବନହାନି ନହୁଏ ସେଥିପାଇଁ ଦାୟିତ୍ବବାନ ନାଗରିକ ଭାବେ ସମସ୍ତେ ଯତ୍ନବାନ ହେବା । ରକ୍ତଦାନ କରି ଲୋକଙ୍କୁ ନୂତନ ଜୀବନ ଦେବା ସହିତ ଏହି ମହତ କାର୍ଯ୍ୟରେ ଉତ୍ସାହ ସହକାରେ ଯୋଗଦାନ କରିବାକୁ ଶ୍ରୀ ଚୌହାନ ପରାମର୍ଶ ଦେଇଥିଲେ। ଉତ୍କଳ ଆଲୁମିନା ସିଏସଆର୍ ଜରିଆରେ ସବୁବେଳେ ସମାଜମଙ୍ଗଳ କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛି । ପ୍ରଭାବିତ ଓ ପର୍ଶ୍ୱସ୍ଥ ଗ୍ରାମାଞ୍ଚଳରେ ଲୋକଙ୍କ କୌଶଳ ଭିତ୍ତିକ ଜୀବିକା ପ୍ରଦାନ, ସାମାଜିକ ତଥା ଅର୍ଥନୈତିକ ଉନ୍ନତୀକରଣ ପାଇଁ ସର୍ବଦା ପ୍ରଚେଷ୍ଟା ଜାରି ରହିଛି। ଏହି କ୍ରମରେ କମ୍ପାନୀ ତରଫରୁ ରକ୍ତ ଅଭାବରୁ ଯେପରି କାହାର ପ୍ରାଣହାନୀ ନହୁଏ ଏଥିପାଇଁ ପଦକ୍ଷେପ ସ୍ୱରପ ଏହି ରକ୍ତ ଦାନ ଶିବିର ଆୟୋଜନ ହୋଇଛି । ଉକ୍ତ ରକ୍ତଦାନ ଶିବିରରେ ଉତ୍କଳ ଆଲୁମିନା ବାଫ୍ଲିମାଳି ଖଣିରେ କାର୍ଯ୍ୟରତ କର୍ମଚାରୀ ଓ ସହଯୋଗୀ କମ୍ପାନୀର କର୍ମକର୍ତ୍ତା ମାନେ ଆଗ୍ରହ ସହକାରେ ରକ୍ତଦାନ କରିଥିଲେ। ଶିବିରରେ କାଶୀପୁର ଥାନାଧିକାରୀ ଦେବ୍ ମଲ୍ଲିକ, ଏସଆଇ ପ୍ରଶାନ୍ତ ସ୍ୱାଇଁ, ଅଣ୍ଡିରାକଞ୍ଚ ଏସଆଇ ଅରୁଣ ପାତ୍ରଙ୍କ ସମେତ ଉତ୍କଳ ଆଲୁମିନା ସିଏସଆର ମୁଖ୍ୟ ଲୋପାମୁଦ୍ରା ମିଶ୍ର, ଖଣି ସିଏସଆର ମୁଖ୍ୟ ମନୋଜ ଦାଶ, ସୁଶାନ୍ତ ଧଳ, ବିନୋଦ ପୂଜାରୀ, ରୁପେନ୍ ପଟ୍ଟନାକ, ଦିଗନ୍ତ ମହାନ୍ତି, ସଞ୍ଜୀବ ମହାନ୍ତି, ଦିଲୀପ ନାଏକ, ଦେବୀ ପ୍ରିୟା, ନିରୁପମା ବାରିକ, ସସ୍ମିତା ଖୋସଲା, ସୁଧୀର ନାଏକଙ୍କ ସମେତ ଅନ୍ୟ ସିଏସଆର ଓ ଖଣି ବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ ରକ୍ତଦାନ ଶିବିରରେ ୭୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ।
Article Image
Article Image
Article Image
3