ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜେଣ୍ଡର ଏକ ସାମାଜିକ ଗଠନ : ଲିଙ୍ଗଗତ ବିଷମତାକୁ ନେଇ କର୍ମଶାଳା

ରାୟଗଡ଼ା, 09/09/2025, ଉତ୍କଳ voice news - utkalvoicenews.com ( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଲିଙ୍ଗଗତ ବିଷମତା ସାଂପ୍ରତିକ ସମୟର ଏକ ବହୁତ ବଡ ସମସ୍ୟା। ସମାଜର ପ୍ରତ୍ୟେକ ସ୍ତରରେ ଲିଙ୍ଗାଗତ ବିଷମତା ଉପସ୍ଥିତ। ଏହା ଯୋଗୁ ନାରୀମାନେ ବିଭିନ୍ନ ଅଧିକାରରୁ ବଞ୍ଚିତ ହେଉଛନ୍ତି ଓ ଏହାର ପ୍ରଭାବ ସେମାନଙ୍କ ଜୀବନରେ ସଫଳତାକୁ ସଂକୁଚିତ କରୁଛି। ଲିଭିଙ୍ଗ ଫାର୍ମସ ଅନୁଷ୍ଠାନ ଦ୍ଵାରା ସେପ୍ଟେମ୍ବର ୭ରୁ ୮ ଯାଏ ଦୁଇ ଦିନିଆ ଲିଙ୍ଗଗତ ସମାନତା ବିଷୟରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋରଖପୁର ଓ ଦୁଡୁକା ବାହଲ ପଞ୍ଚାୟତର ପ୍ରାୟ ପଚାଶ ଜଣ କିଶୋରୀ ବାଳିକା ଓ ଯୁବକମାନେ ଯୋଗ ଦେଇଥିଲେ। ବ୍ଲକ୍ ସଂଯୋଜକ ସୁକାନ୍ତ ନାଏକ ଏହି କର୍ମଶାଳା ପରିଚାଳନା କରିଥିବା ବେଳେ କିଶୋରୀ ସାଥୀ ଦିଶାନି ଓ ଚଞ୍ଚଳା ନାଏକ ସହଯୋଗ କରିଥିଲେ। ଜେଣ୍ଡର ଏକ ସାମାଜିକ ଗଠନ ଓ ଆମ ସମାଜରେ ଥିବା ଭିନ୍ନ ଭିନ୍ନ ଅନୁଷ୍ଠାନ ଯଥା ପରିବାର, ଶିକ୍ଷା, ଧର୍ମ, ସଂସ୍କୃତି ଓ ଗଣମାଧ୍ୟମ ଆଦି ଜେଣ୍ଡରକୁ ବହୁଳ ଭାବେ ପ୍ରଭାବିତ କରୁଛନ୍ତି ଓ ମଜବୁତ୍ କରୁଛନ୍ତି। ବର୍ତ୍ତମାନ ସମୟରେ ଜେଣ୍ଡର ତଥା ସାମାଜିକ ଲିଙ୍ଗକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି ଲୋକପ୍ରିୟ ଗଣମାଧ୍ୟମ। ଜେଣ୍ଡରର ବଦ୍ଧମୂଳ ଧାରଣା ଯୋଗୁ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପକ୍ଷପାତିତାର ଶିକାର ହେଉଛନ୍ତି ଓ ଏକ ଦ୍ଵିତୀୟ ଶ୍ରେଣୀର ନାଗରିକ ପରି ଜୀବନ ବଞ୍ଚୁଛନ୍ତି। କର୍ମଶାଳାରେ ଏହି ପରି ଅନେକ ବିଷୟରେ ଚର୍ଚ୍ଚା ହେବା ସହିତ ଶେଷରେ ଲିଙ୍ଗଗତ ଭେଦଭାବକୁ କମ୍ କରିବା ପାଇଁ ଅଂଶଗ୍ରହଣକାରୀମାନେ ଯୋଜନା ପ୍ରସ୍ତୁତ କରିଥିଲେ। ଏହି ପରି କର୍ମଶାଳା ଆହୁରି ଅଧିକ ଆବଶ୍ୟକ ଅଛି ବୋଲି ଉପସ୍ଥିତ ବାଳିକା ଓ ଯୁବକମାନେ ମତ ପୋଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ମାଝୀ, ଅର୍ଚ୍ଚନା ଝଡ଼ିଆ, ନମିତା ମାଝୀ, ଜଗନ୍ନାଥ ମାଝୀ, ସମୀର ନାଏକ ଆଦି କର୍ମଶାଳାରେ ସକ୍ରିୟ ଅଂଶ ଗ୍ରହଣ କରି ନିଜର ଭାବନା ବ୍ୟକ୍ତ କରିଥିଲେ।
Article Image
Article Image
3