ଉତ୍କଳ voice news - utkalvoicenews.com
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com
ରାସ୍ତାରେ ଜମି ରହିଛି ଆଣ୍ଠୁଏ ପାଣି।
କୁଜଙ୍ଗ , 10/09/2025, ଉତ୍କଳ voice news - utkalvoicenews.com ( ପାରାଦ୍ୱୀପ , କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ରାସ୍ତାରେ ଜମି ରହିଛି ଆଣ୍ଠୁଏ ପାଣି।ଲୋକଙ୍କ ଯାତାୟତରେ ହେଉଛି ବାଧା ସୃଷ୍ଟି।ଉତ୍ୟକ୍ତ ହେଲେଣି ସ୍ଥାନୀୟ ଲୋକେ।ବାଡ଼ ପକାଇ ମୁଖ୍ୟ ରାସ୍ତାକୁ କଲେ ଅବରୋଧ।କିଛି ସମୟ ପାଇଁ ଠପ୍ ହେଲା ଗାଡ଼ି ମୋଟର।ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧୀନ କୋଠୀ ପଞ୍ଚାୟତ କୋଠୀ ଗ୍ରାମର ୧ନଂ ୱାର୍ଡ଼ ମୁଖ୍ୟ ରାସ୍ତାରେ।ତେବେ ଏହି ରାସ୍ତା ଦେଇ ଦୈନ ଦିନ ଦିନ ହଜାର ହଜାର ସଂଖ୍ୟାର ଲୋକେ ଯାତାୟାତ କରୁଥିବା ବେଳେ ଏହି ରାସ୍ତାଟି ଏବେ ସମ୍ପୃନ୍ ଭାବେ ଜଳମଗ୍ନ ହୋଇଯାଇଛି।ଯାହାକୁ ନେଇ ସ୍ଥାନୀୟ ଲୋକେ ବାଡ଼ ପକାଇ ଅବରୋଧ କରିବା ସହ ତୁରନ୍ତ ଏହି ରାସ୍ତାକୁ ମରାମତି କରିବା ପାଇଁ ଦାବୀ କରିଛନ୍ତି।ଅନ୍ୟପଟେ ଏହି ରାସ୍ତାଟି ଦୀର୍ଘ ଦିନ ଧରି ଖାଲ ଖମାରେ ପରିଣତ ହୋଇ ପଡ଼ି ରହିଛି।ପ୍ରଶାସନର ଜ୍ଞାତ ସାରରେ ଥାଇବି ଗ୍ରାମ୍ୟ ଉନ୍ନୟନ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରୁନାହାନ୍ତି।ଲୋକେ ଯାନ ବାହାନ ଯୋଗେ ଯାତାୟାତ କରିବା ସମୟରେ ଅନେକ ବ୍ୟାଘାତ ହେଉଛନ୍ତି।ପୂର୍ବ ସରକାରରେ ଅନେକ କାମ ହୋଇଥିବା ବେଳେ ବର୍ତ୍ତମାନ ସରକାର ଖାଲି ରଙ୍ଗ ମାରୁଛନ୍ତି କିଛି କାମ କରୁନାହାନ୍ତି।ତୁରନ୍ତ ଏହି ରାସ୍ତାକୁ ମରାମତି କରାଯାଉ ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପ୍ରକାଶ କରିଛନ୍ତି ଗ୍ରାମର ମୂରବୀ ସୁଦର୍ଶନ ଖଣ୍ଡୁଆଳ ଓ ଯୋଗେନ୍ଦ୍ର ସୁତାର।ତେବେ ଖାଲ ଖମାରେ ପରିଣତ ହୋଇ ପଡ଼ି ରହିଥିବା ଏହି କୋଠୀ ୧ନଂ ୱାର୍ଡ଼ର ରାସ୍ତାଟି କେବେ ହେଉଛି ମରାମତି ତାହା ଉପରେ ରହିଛି ସମସ୍ତଙ୍କ ନଜର।
7