କୁଜଙ୍ଗ / , 10/09/2025, ଉତ୍କଳ voice news - utkalvoicenews.com ( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

କୁଜଙ୍ଗ ବ୍ଲକ୍ ଅଗପାଳ ପଞ୍ଚାୟତ ଅନ୍ତର୍ଗତ ନୂଆ ଶାସନ ଗ୍ରାମର ପଣ୍ଡିତ କେଳୁଚରଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଛି। ବୁଧବାର ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ଵର୍ଗତ ପଣ୍ଡିତ କେଳୁଚରଣ ଦାଶ ଜଣେ ସମାଜ ସେବୀ,ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ।ତାଙ୍କର କର୍ମମୟ ଜୀବନରେ ବ୍ରୃତ୍ତିଥିଲା ପୁରୋହିତ କର୍ମକାଣ୍ଡ,ମାତ୍ର ପ୍ରଭ୍ରୃତି ଥିଲା ସ୍ରୃଜନଶୀଳତା। ଆନୁଷ୍ଠାନିକ କର୍ମ ହେଉ ଅଥବା ସାମାଜିକ କିମ୍ବା ଆଧ୍ୟାତ୍ମିକ ସବୁଠି ପରିଲକ୍ଷିତ ହେଉଥିଲା ତାଙ୍କର ଉପସ୍ଥିତି ବୋଲି କହିଥିଲେ।ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ବରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ ବାନାମ୍ବର ଶତପଥି,ଚୈଧୁରୀ ପଦ୍ମନାଭ ମିଶ୍ର,ଅବସରପ୍ରାପ୍ତ ଶିକ୍ଷକ କୁଳମଣି ସାହୁ,ଡ଼,ସୂନାକର ବେହେରା,ଅନନ୍ତ ଚରଣ ଦାସ ଓ ଉଦୟନାଥ ଚୈଧୁରୀ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ।ସ୍ମୃତି ପତ୍ରିକା "ସ୍ମୃତି ପୁଷ୍ପାଞ୍ଜଳି" ଉନ୍ମୋଚନ କରାଯାଇଥିଲା।ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ ରବିନ୍ଦ୍ର ମଲ୍ଲ,ଜଇରାମ ସାହାଣୀ, ଜୟନ୍ତୀ ଦାସ,ଗୀତା ଦାସ, ରାଜେନ୍ଦ୍ର ଚୈଧୁରୀ, ନ୍ରୂଶିଂହ ଚରଣ ବାରିକ, ରବିନ୍ଦ୍ର ଚୈଧୁରୀ,ଡ଼, ସୁରେଶ ପ୍ରଧାନ ଓ ବୈଦ୍ୟନାଥ ସାହୁ ପ୍ରମୁଖ କବିମାନେ ସ୍ବରଚିତ କବିତା ପାଠ କରିଥିଲେ।ସାରଦା ପ୍ରସାଦ ଦାଶ ଉତ୍ସବ ପରିଚାଳନା କରିଥିଲେ।
