କୁଜଙ୍ଗ , 10/09/2025, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ) :

କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଅଗପାଳ ପଞ୍ଚାୟତର ନୂଆ ଶାସନ ଗ୍ରାମର ପଣ୍ଡିତ କେଳୁ ଚରଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ଵର୍ଗତ ପଣ୍ଡିତ କେଳୁଚରଣ ଦାଶ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜଗତସିଂହପୁର ଜିଲ୍ଲା ର ଅବସରପ୍ରାପ୍ତ ଶିକ୍ଷକ ସଂଘର ସଭାପତି ପ୍ରଫୁଲ ଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ସାହିତ୍ୟିକ ରବୀନ୍ଦ୍ର କୁମାର ମଲ୍ଲ ସ୍ୱାଗତ ଭାଷଣ ରଖିଥିଲେ। ସଂମ୍ମାନିତ ଅତିଥିମାନେ ସ୍ମୃତି ଚାରଣକରି କହିଥିଲେ କେଳୁ ଭାଇନା ଜଣେ ସମାଜସେବୀ,ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତିଥିଲେ ଏବଂ ପଣ୍ଡିତ ଜ୍ଞାନରେ ପାରଦର୍ଶିତା ହାସଲ ସହିତ କର୍ମମୟ ଜୀବନରେ ବ୍ରୃତ୍ତିଥିଲା ପୁରୋହିତ କର୍ମକାଣ୍ଡ ମାତ୍ର ପ୍ରବୃତି ଥିଲା ସ୍ରୃଜନଶୀଳତା। ଆନୁଷ୍ଠାନିକ କର୍ମ ହେଉ ଅଥବା ସାମାଜିକ କିମ୍ବା ଆଧ୍ୟାତ୍ମିକ ସବୁଠି ପରିଲକ୍ଷିତ ହେଉଥିଲା ତାଙ୍କର ଉପସ୍ଥିତି। ଅତିଥିମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ବାନାମ୍ବର ଶତପଥି,ସମାଜସେବୀ ଡକ୍ଟର ସୁନାକର ବେହେରା, ବିଦ୍ୟାଭାରତୀ ବିଦ୍ୟାଳୟର ପ୍ରତିଷ୍ଠାତା ଚୌଧୁରୀ ପଦ୍ମନାଭ ମିଶ୍ର,ଅବସରପ୍ରାପ୍ତ ଶିକ୍ଷକ କୁଳମଣି ସାହୁ, ଅନନ୍ତ ଚରଣ ଦାସ,ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ମହାପାତ୍ର,ପଣ୍ଡିତ ଗୌରହରୀ ଦାଶଶର୍ମା,ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ବରେଣ୍ୟ ଅତିଥିମାନଙ୍କ କର କମଳରେ ଏକ ସ୍ମୃତି ପତ୍ରିକା "ସ୍ମୃତି ପୁଷ୍ପାଞ୍ଜଳି" ଉନ୍ମୋଚନ ସହ କବିତା ପାଠୋତ୍ସବ ର ଆୟୋଜନ ହୋଇଥିଲା। କବି ଜଇରାମ ସାହାଣୀ, ଜୟନ୍ତୀ ଦାସ,ଶ୍ରୀମତୀ ଗୀତା ଦାସ,ଭାରତୀ ମିଶ୍ର,ଶରତ ଚନ୍ଦ୍ର ଦାସ, ରାଜେନ୍ଦ୍ର ଚୈଧୁରୀ,ନୃସିଂହ ଚରଣ ବାରିକ, ଡ଼ଃ ସୁରେଶ ପ୍ରଧାନ ଓ ବୈଦ୍ୟନାଥ ସାହୁ ପ୍ରମୁଖ କବିମାନେ ସ୍ବରଚିତ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାରଦା ପ୍ରସାଦ ଦାଶ, ଅବସର ପ୍ରାପ୍ତ ଅଧ୍ୟାପକ କ୍ଷେତ୍ରବାସୀ ରାଉତ,ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଧ୍ରୁବ ଚରଣ ଦାସ,ସାମାଜିକ କର୍ମି ସଚ୍ଚି ମଲ୍ଲ,ବିପିନ କୁମାର ବରାଳ ଇତ୍ୟାଦି ଉପସ୍ଥିତ ଥିଲେ। ଶେଷରେ ଅବସର ପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ନାଥ ଚୌଧୁରୀ ଧନ୍ୟବାଦ ପ୍ରଦାନ କରିଥିଲେ

