ଏରସମା / ବାଲିତୁଠ, 10/09/2025, ଉତ୍କଳ voice news - utkalvoicenews.com ( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ବାଲିତୁଠ ମଣ୍ଡଳ ସଭାପତି ବିକ୍ରମଜିତ୍ ସାମନ୍ତରାୟଙ୍କ ନେତୃତ୍ବରେ ବାଲିତୁଠ ମଣ୍ଡଳ ସ୍ତରୀୟ ସେବାପକ୍ଷ କର୍ମଶାଳା ଆଜି ବଳେଇପୁର ପଞ୍ଚାୟତ ମା,ସାହାଡେଇଙ୍କ ପୀଠରେ ଭାରତୀୟ ଜନତା ପାର୍ଟି ବାଲିତୁଠ ମଣ୍ଡଳ ସମ୍ପାଦକ ଶିବପ୍ରସାଦ ମଲ୍ଲଙ୍କ ଅଧ୍ୟକ୍ଷତାରେ ସେବା ପକ୍ଷ (୧୭ ସେପ୍ଟେମ୍ବର ଠାରୁ ୦୨ ଅକ୍ଟୋବର) ଉପଲକ୍ଷେ ବାଲିତୁଠ ମଣ୍ଡଳର କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ଆଗାମୀ ୧୭ ତାରିଖ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ଜନ୍ମଦିନ ଠାରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପକ୍ଷ ଚାଲୁ ରହିବ। ଏହି ସେବା ପକ୍ଷରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ,ରକ୍ତଦାନ, ପଣ୍ଡିତ ଦିନଦୟାଲ ଙ୍କ ଜୟନ୍ତୀ ପାଳନ, ସ୍ୱଦେଶୀ ବ୍ୟବହାର, ସାଂସଦ ଙ୍କ କ୍ରୀଡା ପ୍ରତିଯୋଗିତା, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ,ଅକ୍ଟୋବର ୨ ଗାନ୍ଧୀ ଜୀ ଏବଂ ଶାସ୍ତ୍ରୀ ଜୀ ଙ୍କ ଜୟନ୍ତୀ ପାଳନ କରାଯିବ।

ଏହି କର୍ମଶାଳାରେ ବଳେଇପୁର ପଞ୍ଚାୟତ ପ୍ରମୁଖ ରମେଶ ଚନ୍ଦ୍ର ରାଉତ,ଚଟୁଆ ପଞ୍ଚାୟତ ପ୍ରମୁଖ ବିପିନ୍ ନାୟକ,ଜିଲ୍ଲା କୋଷାଧ୍ୟକ୍ଷ ନିଲିପ୍ତ ଜେନା,ସାଂସଦଙ୍କ ଏରସମା ବ୍ଲକ ପ୍ରତିନିଧି ଜଟାଧାରୀ ସ୍ୱାଇଁ,ଜିଲ୍ଲା ପରିଷଦ ପ୍ରାର୍ଥୀ ପଦ୍ମଲୋଚନ ଦାଶ,ତୀର୍ଥ ମନ୍ତ୍ରୀ,କୁମରବର ନାୟକ,ବିଜୟ ଦାସ,ବିକାଶ ଭାଇ,ରବିନ୍ଦ୍ର ସେଠୀ, ଘନଶ୍ୟାମ ପୁହାଣ,ତପନ ପ୍ରଧାନ, ଦିଲ୍ଲୀପ ବଦ୍ଧନ,ବାବାଜୀ ମୁଦୁଲି,ଉମେଶ ଚନ୍ଦ୍ର ସ୍ୱାଇଁ,ସାରଦା ମହାପାତ୍ର,ପବିତ୍ର ଦଳାଇ,ଜ୍ୟୋତି ପ୍ରକାଶ ମହାନ୍ତି,ନନ୍ଦ ମହାନ୍ତି, ଅନିଲି ସ୍ୱାଇଁ ଏବଂ ଭାରତୀୟ ଜନତା ପାର୍ଟୀର ଦେବଦୂର୍ଲଭ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।
ସେବା ପକ୍ଷରେ ସମସ୍ତ କାର୍ଯ୍ୟକ୍ରମକୁ ଶକ୍ତିକେନ୍ଦ୍ର ଏବଂ ବୁଥ ସ୍ତରରେ ସୁଚାରୁରୂପେ କାର୍ଯ୍ୟକ୍ଷମ କରିବାକୁ କର୍ମଶାଳାରେ ମାର୍ଗଦର୍ଶନ କରାଯାଇଥିଲା।