ଏରସମା, 10/09/2025, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ) :
ଦର୍ଶକ ବନ୍ଧୁ ବାର ବାର ସମୁଦ୍ର କୁଳ ଲଙ୍ଘିବା ରୁ ଅଂଚଳ ବାସୀ ଏବେ ଭୟବିତ ଅବସ୍ଥାରେ। ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଶିଆଳି ବେଳାଭୂମି କଥା। ପୂର୍ବରୁ ପୁର୍ଣିମା ରେ ବଡ ବଡ ଜୁଆର ଆସିବାରୁ ସମୁଦ୍ର ପାଣି ପ୍ରାୟ ୭୦୦ ମିଟର ଜନବସତି ଆଡ଼କୁ ମାଡ଼ି ଆସିଛି । ଝାଉଁ ବଣ ଦେଇ ଜନବସତି ଆଡକୁ ସମୁଦ୍ର ପାଣିମାଡି ଆସିବା ଦ୍ବାରା ଶିଆଳି,ରାମତରା, କଳାବେଦୀ,ପଦ୍ମପୁର ଗ୍ରାମବାସୀ ମାନେ ଭୟବିତ ହୋଇଯାଇଛନ୍ତି।ବଡ଼ ବଡ଼ ଝାଉଁ ଗଛମାନ ଉପୁଡ଼ି ଯାଇଛି ।ଏମିତି ବାର ବାର ସମୁଦ୍ର ମାଡ଼ି ଆସିବା ଦ୍ବାରା ଏକ ପ୍ରକାର ଲୋକମାନଙ୍କ ମନରେ ଭୟ ଉପୁଜିଛି। ଅଂଚଳ ବାସୀ ଅନେକ ଥର ଏହାର ପ୍ରଶାସନ ପାଖରେ ଅଭିଯୋଗ କରି ମଧ୍ୟ ହତାଶ ହୋଇଛନ୍ତି ।ଯଦି ସରକାର ଏଥି ପ୍ରତି ଦୃଷ୍ଟି ନ ଦିୟନ୍ତି ତାହେଲେ ସମଗ୍ର ଏରସମା ଅଞ୍ଚଳ ଦିନେ ସମୁଦ୍ରରେ ଲୀନ ହୋଇଯିବ ,ତିଲେ ହେଲେ ସନ୍ଦେହ ନାହିଁ।