ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୁଣି ଜନନୀ ଯନ୍ତ୍ରଣା, ଗାଁକୁ ଆମ୍ବୁଲାନ୍ସ ଯାଇ ପାରିଲାନି, ଚାଲି ଚାଲି ମେଡ଼ିକାଲ ଗଲାବେଳେ ଅଧା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଳେ ଗର୍ଭବତୀ।

ରାୟଗଡ଼ା, 10/09/2025, ଉତ୍କଳ voice news - utkalvoicenews.com ( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ପୁଣି ଜନନୀ ଯନ୍ତ୍ରଣା, ଗାଁକୁ ଆମ୍ବୁଲାନ୍ସ ଯାଇ ପାରିଲାନି, ଚାଲି ଚାଲି ମେଡ଼ିକାଲ ଗଲାବେଳେ ଅଧା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଳେ ଗର୍ଭବତୀ। ରାସ୍ତା କାଦୁଅ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ ଗାଁକୁ ଅଧା ବାଟରେ ପ୍ରସବ ହେଲେ ପ୍ରସୂତୀ ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଚାଞ୍ଚଡା ରେ ସାହି, ସୁନିଲ ପ୍ରାସ୍କା ଙ୍କ ସ୍ତ୍ରୀ ବନିତା ପ୍ରାସ୍କା ଆଜି ରାତି ୩.୧୫ ସମୟରେ ଗର୍ଭ ଯନ୍ତ୍ରଣା ହେବାରୁ,ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ଆମ୍ବୁଲାନ୍ସ ପହଞ୍ଚି ଥିଲେ ସୁଦ୍ଧା ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରିନଥିଲା। ଚାଲିଚାଲି ଯିବା ବେଳ ବାଟରେ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ ବୋଲି ଆଶା ଦିଦି ନବୀନା ଦ୍ୱୀପ ପ୍ରକାଶ କରିଛନ୍ତି। ବର୍ତମାନ ମାଁ ଝିଅ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି ଉଭୟ ସୁସ୍ଥ ଥିବା ଜଣା ପଡ଼ିଛି, ଛାଞ୍ଚଡା ସହିରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଯିବାପାଇଁ ମାତ୍ର ୩ କିମି, ଗାଁରୁ ମୁକ୍ଷା ରାସ୍ତାକୁ ବାହାରିବାକୁ ମାତ୍ର ଏକ କିମି ରାସ୍ତା, ଦୁର୍ଭାଗ୍ୟ ରାସ୍ତା କାଦୁଅ ପଚପଚ କୌଣସି ଯାନବାହାନ ତ ଦୂରର କଥା ଚାଲିଚାଲି ଯିବାକୁ ବି ସମ୍ଭବ ନାହିଁ ଫଳରେ ଲୋକ ବିଲ ହିଡ ଦେଇ ଯାତାୟାତ କରନ୍ତି।
Article Image
Article Image
4