ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାରକାରେ ଭାରତୀୟ ଜନତା ପାର୍ଟି ର ମିଶ୍ରଣ ପର୍ବ ଅନୁଷ୍ଠିତ

ଯାଜପୁର / ଜାରକା, 11/09/2025, ଉତ୍କଳ voice news - utkalvoicenews.com ( ଯାଜପୁର ଜିଲ୍ଲା ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ଠାରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବରେ ଯୋଗ ଦେବାପାଇଁ ରାଜ୍ୟ ସଭାପତି ମନ ମୋହନ ସାମଲ ଯିବା ସମୟରେ ଛତିଆ ଠାରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା,ବଡ଼ଚଣା ବିଧାୟକ ଅମର କୁମାର ନାୟକ,ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ,ଏହାପରେ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ମାନେ ଏକତ୍ରିତ ହୋଇ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ଚଣ୍ଡିଖୋଲ ପର୍ଯ୍ୟନ୍ତ ଶ୍ରୀ ସାମଲଙ୍କୁ ପାଛୋଟି ଆଣିଥିଲେ,ଚଣ୍ଡିଖୋଲ  ଛକ ଠାରେ ,ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ଜେନା,ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି,ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ,ଜିଲ୍ଲାପରିଷଦ ସଭ୍ୟ ଅରବିନ୍ଦ ସାମଲ,ଯତୀନ୍ଦ୍ର ନାୟକ,ପୂର୍ବତନ ଆତ୍ମା ଅଧ୍ୟକ୍ଷ ନିରଞ୍ଜନ ସେନାପତି,ଆତ୍ମା ଅଧ୍ୟକ୍ଷ ବିପିନ ବିହାରୀ ଜେନା,ଜିଲ୍ଲା ସଂଯୋଜକ ବିକାଶ କୁମାର ମହାପାତ୍ର,ମଣ୍ଡଳ ପ୍ରତିନିଧି ଲଲାଟେନ୍ଦୁ ମହାପାତ୍ର,ମଣ୍ଡଳ ସଭାପତି ଅଶୋକ ସିଂ,ମନୋଜ କୁମାର ପ୍ରଧାନ ,ମାନସ ରାଉତ ରାୟ,ବିମଳ ପ୍ରସନ୍ନ ପ୍ରଧାନ,ବିଶ୍ୱଜିତ୍ ସାମଲ ପ୍ରମୁଖଙ୍କ ସମେତ ବହୁ ଜନ ପ୍ରତିନିଧି ଓ ଦଳୀୟ କର୍ମୀ ମାନେ ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ।
13