ରାୟଗଡ଼ା, 12/09/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :

ରାୟଗଡ଼ା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍ ଏବେ ଆକ୍ସନ ମୋଡ଼ ରେ ଥିବା ଜଣା ପଡିଛି।ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସିଧାସଳଖ ଭାବେ ଲୋକଙ୍କ ଅଭିଯୋଗ ଗ୍ରହଣ କରି ତତ୍କାଳୀନ ସମସ୍ୟା ର ସମାଧାନ କରୁଥିବା ବିଷୟ ଏବେ ଚର୍ଚ୍ଚାରେ ଆସିଛି। ଗୁରୁବାର ଦିନ କୁମ୍ଭିକୋଟା ମଣ୍ଡଳ ମାଟିକୋଣା ଅଞ୍ଚଳ ର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ।ଗାଁ ଗାଁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସମସ୍ୟା ବୁଝିଥିଲେ।ସମ୍ଭାବନା ସମସ୍ୟାକୁ ସାଂଗେ ସାଂଗେ ଫୋନ ମାଧ୍ୟମରେ ବିଭାଗୀୟ ଅଧିକାରୀ ଙ୍କୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅଞ୍ଚଳ ର ବିଭିନ୍ନ ଗ୍ରାମ କୁ ଯାଇ ସାଧାରଣ ଜନତା ଙ୍କ ସହ ଆଲୋଚନା କରିଥୁବା ଜଣାପଡିଛି। ଶ୍ରୀ କୁମାର୍ ଲୋକଙ୍କ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଯାହା ଏବେ ଏହି ଯୁବ ନେତା ପ୍ରିତମ କୁମାର୍ ଙ୍କ କାର୍ଯ୍ୟ ଶୈଳୀ କୁ ନେଇ ଚର୍ଚ୍ଚା ଜୋର ଧରିଛି।ଅଞ୍ଚଳ ଗସ୍ତ ବେଳେ ପ୍ରିତମ କୁମାର୍ ଙ୍କ ସମେତ ସ୍ଥାନୀୟ ସରପଞ୍ଚ କାମି ତାଡ଼ିଙ୍ଗି, କୁମ୍ଭିକୋଟା ମଣ୍ଡଳ ସଭାପତି ଶ୍ରୀ ମାଧବ ସାମଲ, ପୁରୁଷୋତ୍ତମ, ମଣ୍ଡଳ ସମ୍ପାଦକ ସିଦ୍ଧାନ୍ତ ବିଡ଼ିକା, ମଣ୍ଡଳ ଉପ ସଭାପତି ରଇଦାସ୍ ବାତ୍ରିୟା, ମୋହନ ର ଆଦି ପ୍ରମୁଖ ଉପସ୍ଥିତ ରହିଥିଲେ........ll