ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୋରିକିନା କଲେଜ୍ ରେ ବାଳିକା ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ଉଦଯାପିତ

ଏରସମା, 24/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବୋରିକିନା ସ୍ଥିତ ହରିଶପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷା ଲତିକା ଷଡ଼ଙ୍ଗୀ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉପାଦେୟତା ଓ ଏଥିରୁ ସେମାନେ ହାସଲ କରିଥିବା ଶିକ୍ଷା ବିଷୟରେ ପଚାରି ବୁଝିଥିଲେ । ପ୍ରୋଗ୍ରାମ ଅଫିସର୍ ଅଜୟ କୁମାର ଭୋଳ ଆଠ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅଧ୍ୟାପକ ଅଶୋକ କୁମାର ସ୍ବାଇଁ, ଶିଶିର କୁମାର ଦାଶ କାର୍ଯ୍ୟକ୍ରମ କିଭଳି ସରସ ସୁନ୍ଦର ହେଇଥିବା ସେ ବିଷୟରେ ଆଲୋକପାତ କରିଥିଲେ । ଅଧ୍ୟାପକ ବସନ୍ତ କୁମାର ସ୍ବାଇଁ, ଚିତ୍ତ ରଞ୍ଜନ ବେହେରା, ବିଘ୍ନରାଜ ନାୟକ, ଦିଲ୍ଲୀପ କୁମାର ମହାନ୍ତି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ମାଷ୍ଟର ଟ୍ରେନର ଶ୍ରାବଣୀ ପ୍ରିୟଦର୍ଶିନୀ ନାୟକ ଓ ପୂଜା ସ୍ବାଇଁ ସ୍ଵତନ୍ତ୍ର ତାଲିମ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ସମସ୍ତ କର୍ମଚାରୀ, ଶିକ୍ଷକ ଉପସ୍ଥିତ ରହି ସଫଳ ରୂପାୟନ କରିଥିଲେ ।
Article Image
1