ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ଙ୍କ ଧାରଣା

ଢେ଼ଙ୍କାନାଳ, 13/09/2025, ଉତ୍କଳ voice news - utkalvoicenews.com (ଶୁଭମ୍ ପାଣି ଙ୍କ ରିପୋର୍ଟ) :
Article Image
ଢେ଼ଙ୍କାନାଳ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜଣେ ମହିଳା ଧାରଣା ଦେଇଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଦେଉଳ ସାହି ଅଞ୍ଚଳ ର ଜଣେ ଯୁବକ ମହିଳାଙ୍କ ପୁଅଙ୍କ ଠାରୁ ଟଙ୍କା ନେଇ ତାଙ୍କୁ ଏକ କାର କିଣେଇ ଦେବା ପାଇଁ କହିଥିଲେ । ଅଢେଇ ଲକ୍ଷ ଟଙ୍କା ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନା କାର ଦେଉଛନ୍ତି ନା ଟଙ୍କା ମାଗିଲେ ଟଙ୍କା ଫେରସ୍ତ କରୁଛନ୍ତି ।ଏଥି ପାଇଁ ଏ ସମ୍ପର୍କରେ ଟାଉନ ଥାନାରେ ବୋରାପଦା ଅଞ୍ଚଳ ର ବାସନ୍ତୀ ସ୍ୱାଇଁ ନାମକ ମହିଳା ଅଭିଯୋଗ କରିଥିଲେ । ଏହା ସହିତ ମଧ୍ୟ ବିଭିନ୍ନ ସମୟରେ ଏସପି ଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସି ମଧ୍ୟ ଫେଲ୍ କରିଛନ୍ତି। ତେଣୁ ଆଜି ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।ପୋଲିସ ମାନେ ତାଙ୍କୁ ବୁଝାଇଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା।
5