ଏରସମା, 13/09/2025, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ) :
ଜଗତସିଂହପୁର ଜିଲ୍ଲା ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ସନ୍ଧ୍ୟାରେ ହଠାତ୍ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ପହଞ୍ଚି ମେଡିକାଲ ବୁଲି ଦେଖିବା ସହିତ ରୋଗିମାନଙ୍କ ଠାରୁ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ପ୍ରଥମେ ସମସ୍ତ ୱାର୍ଡ, ନିରାମୟ ପରିଦର୍ଶନ କରିବା ସହିତ ଚିକିତ୍ସିତ ରୋଗୀ ମାନଂକର ଚିକିତ୍ସା ସଠିକ୍ ଭାବେ ଚାଲିଛି କି ନାହିଁ ପଚାରି ବୁଝିଥିଲେ । ତା ସଂଗେ ସଂଗେ ଆୟୁଷମାନ କାର୍ଡ ଅଛି କି ନାହିଁ ପଚାରି ବୁଝିଥିଲେ । ସାଥିରେ ସ୍ଥାନୀୟ ବାଲିକୁଦା -ଏରସମା ର ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସନ୍ନ ଜେନା, ମେଡିକାଲ ଇଞ୍ଚାର୍ଜ ଡକ୍ଟର୍ ଅମିୟ କୁମାର ସ୍ଵାଇଁ, ଏରସମା ସରପଞ୍ଚ ସଚ୍ଚିତ୍ରା ନନ୍ଦ ଦାସ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଙ୍କ ର ହଠାତ୍ ମେଡିକାଲ ରେ ପହଞ୍ଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।