ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଜ୍ରାଘାତରେ 3 ମୃତ,2ଗୁରୁତର

ରାୟଗଡ଼ା, 13/09/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ବଜ୍ରାଘାତରେ 3ଜଣ ମୃତ୍ୟୁବରଣ କରିଥିବା ବେଳେ 2ଜଣ ଗରୁତ୍ବର ଆହାତ ହୋଇ ରାୟଗଡା ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ଭର୍ତ୍ତି ହୋଇଜନ୍ତି। ଏଭଳି ଅଭାବନୀୟ ଘଟଣା ରାୟଗଡା ସଦର ବ୍ଲକ ଶେଷଖାଲ ଥାନା ଅନ୍ତର୍ଗତ ହରିପୁର ନିକଟ ଜଙ୍ଗଲରେ ଘଟିଛି। ମୃତ ମହିଳା ଜଣକ ହେଲେ ବିଷ୍ଣୁଗୁଡା ଗ୍ରମାର 45ବର୍ଷିୟା ମହିଳା ସାମ୍ବାରୀ ପିଡିକା ଓ ଜୁମୁକା ଗ୍ରାମର ଗିରିଆ ମିଣିଆକା। ଅନ୍ଯଜଣେ ମୃତକଙ୍କ ପରିଚୟ ଏଯାଏଁ ମିଳିନାହିଁ। ଆଜି 5ଜଣ କପା କ୍ଷେତରେ କାମ କରୁଥିବା ବେଳେ ହଠାତ୍ ବର୍ଷା ଓ ପ୍ରବଳ ଘଢଘଡି ମାରିଥିଲା। ତେବେ ତିନି ଜଣ ହଠାତ୍ କ୍ଷେତ ପାଖରେ ଥିବା ଏକ କୁଡିଆ ଘରେ ଆଶ୍ରୟ ନେଇଥିଲେ। ପରେ ପ୍ରବଳ ଘଡଘଡି ହେବା ସହ ତିନି ମୃତକଙ୍କ ଉପରେ ପଡିଯାଇଥିଲା ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣ ମୃତ୍ଯୁବରଣ କରିଥିଲେ। ମୃତ ତିନି ଜଣଙ୍କ ମଧ୍ଯରୁ ଦୁଇ ଜଣ ଶ୍ରମିକ ଥିବା ଜଣାପଡିଛି। ଘଟଣାସ୍ଥଳରେ ଶେଷଖାଲ ପୁଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ସେହିପରି ରାଜସ୍ବ ନିରିକ୍ଷକ ମଧ୍ଯ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରୁଛନ୍ତି। ଅନ୍ଯପଟେ ରାୟଗଡା ବିଧାୟକ ଆପାଲୁସ୍ବାମୀ କାଡ୍ରାକା ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ପହଞ୍ଚି ଆହାତ ମାନଙ୍କୁ ଭେଟିବା ସହ ରାଜ୍ଯ ସରକାର ତୁରନ୍ତ ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି।
Article Image
Article Image
Article Image
3