ପାରାଦ୍ୱୀପ , 13/09/2025, ଉତ୍କଳ voice news - utkalvoicenews.com ( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

କଳିଙ୍ଗ ବାଲିଯାତ୍ରା-୨୦୨୫ ପାଳନ ନେଇ ଆଜି ଅପରାହ୍ନ ରେ ଅଫିସର୍ସ କ୍ଲବ ରେ ପ୍ରଥମ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ତଥା, କଳିଙ୍ଗ ବାଲିଯାତ୍ରା ପରିଚାଳନା କମିଟି ର ଅଧ୍ୟକ୍ଷ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକ ରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା ପରିଚାଳନା କମିଟି ଉପାଧ୍ୟକ୍ଷ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ, ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ, ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର, କୁଜଙ୍ଗ ତହସିଲଦାର ସ୍ୱରୂପ ନନ୍ଦନ ଦାସ, ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନଭେମ୍ବର ୪ ରୁ ଆୟୋଜିତ ହେବାକୁ ଥିବା ଚଳିତ ବର୍ଷ ର କଳିଙ୍ଗ ବାଲିଯାତ୍ରା-୨୦୨୫ର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କଳିଙ୍ଗ ନୌବାଣିଜ୍ୟ ର ପ୍ରତୀକ ବାଲିଯାତ୍ରା କୁ ଭବ୍ୟ ଓ ଉତ୍ସବ ମୁଖର କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଜିଲ୍ଲାପାଳ ଗତବର୍ଷ ଅପେକ୍ଷା ଏ ବର୍ଷ ଆହୁରି ସୁନ୍ଦର ଭାବେ ବାଲିଯାତ୍ରା ଅୟୋଜନ ଉପରେ ଗୁରୁତ୍ବ ଦେଇଥିଲେ।ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ଶାନ୍ତି ଶୃଙ୍ଖଳା ର ସହ ଏହି ଉତ୍ସବ ପାଳନ କରିବା ପାଇଁ ମତାମତ ଦେଇଥିଲେ।ପୌରାଧ୍ୟକ୍ଷ ଶ୍ରୀ ବିଶ୍ଵାଳ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁନ୍ଦର ଭାବେ ପାଳନ କରାଯିବା ନେଇ ମତ ରଖିଥିଲେ । ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟି ର ଉପାଧ୍ୟକ୍ଷ ଶ୍ରୀ ବେହେରା କାର୍ଯ୍ୟ ସୂଚୀ ଅନୁଯାୟୀ ବୈଠକ କୁ ଆଗେଇ ନେଇଥିଲେ ଓ ଶେଷରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ବୈଠକ ରେ କମିଟି ର ସମସ୍ତ ସଦସ୍ୟ ସଦସ୍ୟା, ବିଭିନ୍ନ ଶିଳ୍ପ ଅନୁଷ୍ଠାନ ର କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ, ସହର ର ବୁଦ୍ଧିଜୀବି ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।୨୦୧୯ ରୁ ବାଲିଯାତ୍ରା କମିଟି ପକ୍ଷରୁ ଆୟ ବେୟର ହିସାବ ନ ଦିଆଯିବାରୁ ଗଣମାଧ୍ୟମ ପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିଥିଲେ।ପୂର୍ବରୁ ବାଲିଯାତ୍ରା କମିଟି ତାର ପ୍ରସ୍ତୁତି ବୈଠକ ରେ ଏହି ହିସାବ ସମସ୍ତ କମିଟି ମେମ୍ବର ଙ୍କ ସମ୍ମୁଖରେ ଦେଉଥିବା ବେଳେ ବର୍ତ୍ତମାନ ଏହି ହିସାବ କୁ ସର୍ବ ସମ୍ମୁଖରେ କାହିଁକି ସାର୍ଵ ଜନିନୀ କରାଯାଉନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ ରଖିଥିଲେ ମଧ୍ୟ କମିଟିର ଅଧ୍ୟକ୍ଷ ଏ ସମ୍ପର୍କରେ ମୁଁହ ଖୋଲି ନଥିଲେ।ଯାହା ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସରକର ପରିବର୍ତ୍ତନ ପରେ କେତେକ ସଦସ୍ୟ ଙ୍କ ନାମ କମିଟି ପକ୍ଷରୁ କାଟି ଦିଆ ଯାଇଥିବାରୁ ସେମାନଙ୍କୁ ବୈଠକକୁ ନିମନ୍ତ୍ରଣ କରାଯାଇନଥିଲା।ପାରାଦୀପ ରେ ବାଲିଯାତ୍ରା ଆୟୋଜନ କରିବାର ପ୍ରମୁଖ ଭୂମିକା ଥିବା ବିଜୁ ବାବୁ ଓ ସ୍ବର୍ଗତ ଦାମ ବାବୁ ଙ୍କୁ ଏହି ବାଲି ଯାତ୍ରାରେ ଉଚିତ ସମ୍ମାନ ଦିଆଯାଉ ନଥିବାରୁ କିଛି ସଦସ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ବାଲିଯାତ୍ରା ପେଣ୍ଡାଲ ରେ ବିଜୁ ବାବୁଙ୍କ ଫଟୋ ଚିତ୍ର ରଖିବା ପାଇଁ ଦାବୀ କରିଥିଲେ।ଓ ସ୍ରଷ୍ଟା ଙ୍କୁ ଉଚିତ ସମ୍ମାନ ଦେବାପାଇଁ ଦାବୀ ଜଣାଇଥିଲେ।