ପାରାଦ୍ୱୀପ , 13/09/2025, ଉତ୍କଳ voice news - utkalvoicenews.comପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜିଲ୍ଲା ଟ୍ରକ୍ ମାଲିକ ସଂଘକୁ ଭାଙ୍ଗିବା ନେଇ ଷଡ଼ଯନ୍ତ୍ର।ଜିଲ୍ଲା ଟ୍ରକ୍ ମାଲିକ ସଂଘ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ।ସରକାରୀ କଳର ଅପବ୍ୟବହାର କରି ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘରେ ଅସ୍ଥିରତା ସୃଷ୍ଟି କରାଯାଇଥିବା ଅଭିଯୋଗ ହୋଇଛି।ତେବେ ଦୀର୍ଘ ୧୮ବର୍ଷ ଧରି ୫ସହରୁ ଉର୍ଦ୍ଧ୍ବ ଟ୍ରକ୍ ମାଲିକ୍ ମାନେ

ଶାନ୍ତି ଶୃଙ୍ଖଳାର ସହିତ ପାରାଦ୍ଵୀପ ବନ୍ଦରରୁ ପ୍ରଣ୍ୟ ପରିବହନ କରୁଛନ୍ତି।ମାତ୍ର ପାରାଦ୍ଵୀପରେ ଥିବା ୩ଟି ଟ୍ରକ୍ ମାଲିକ୍ ସଙ୍ଘ ମଧ୍ୟରେ ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ ୧୫ପ୍ରତିଶତ ପ୍ରଣ୍ୟ ପରିବହନ କରିବା ପାଇଁ ଅନୁମତି ପାଇଛି।ଏହି ସଂଘରେ ଆଜି ପର୍ଯ୍ୟନ୍ତ କୌଣସି ବିଶୃଙ୍ଖଳା ସୃଷ୍ଟି ହୋଇନଥିବା ବେଳେ ସ୍ଥାନୀୟ ବିଧାୟକ ସଂଘରେ ଅସ୍ତିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଟ୍ରକ ମାଲିକ ସଂଘ ପକ୍ଷରୁ ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରଯାଇଛି।ତେବେ ୪ରୁ ୫ଜଣ ମାଲିକଙ୍କୁ ନେଇ ପ୍ରଶାସନକୁ ହତାବାରିସ କରିବା ସହ ସଙ୍ଘର ରେଜିଷ୍ଟେସନ୍ ଅବଧି ଶେଷ ହୋଇଛି ଇଲେକ୍ସନ୍ ହେଉନାହିଁ ବୋଲି ମିଥ୍ୟା ଆରୋପ ଲଗାଇ ସଙ୍ଘର ଭାଇଚାରାକୁ ନଷ୍ଟ କରାଯାଉଛି।ଏଥିସହିତ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ବେ ସେମାନେ ସାମ୍ୱାଦିକ ସମ୍ମିଳନୀ କରାଇ ୫ଶହରୁ ଉର୍ଦ୍ଧ୍ବ ଟ୍ରକ୍ ମାଲ୍ଲିକଙ୍କ ପେଟକୁ ଲାତ ମାରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।ଆଗାମୀ ଦିନରେ କଡ଼ା ଜବାବ ଦିଆଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି।