ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦଳିତ ଦଳୀୟ କର୍ମୀଙ୍କୁ ମାଡ଼ ମାରି ଅଡ଼ୁଆରେ ପାରାଦ୍ଵୀପ କଂଗ୍ରେସ ବିଧାୟକ ପାର୍ଥୀ ନିରଞ୍ଜନ ନାୟକ।

ପାରାଦ୍ୱୀପ , 13/09/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
( ଗିରଫ ଦାବୀ କଲେ ବରିଷ୍ଠ ଆଇନଜିବୀ। )
Article Image
ବଦଳିଛି ସରକାର ବଦଳୁଛି ଓଡ଼ିଶା।ହେଲେ ଏପର୍ଯ୍ୟନ୍ତ ବଦଳିନାହି ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପାର୍ଥୀଙ୍କ ଆଚରଣ ଉଚ୍ଚାରଣ।ଦଳିତ ଶ୍ରେଣୀରେ ଜଣେ ଦଳୀୟ କର୍ମୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଜାତିଆଣ ଆକ୍ଷେପ କରି ଅଡ଼ୁଆରେ ପାରାଦ୍ଵୀପ କଂଗ୍ରେସ ବିଧାୟକ ପାର୍ଥୀ ନିରଞ୍ଜନ ନାୟକ।ପାରାଦ୍ଵୀପରେ କୁହୁଳୁଛି ଅସନ୍ତୋଷ ବିଭିନ୍ନ ମହଲରେ ହେଉଛି ଚର୍ଚ୍ଚା।ଦଳିତ ଶ୍ରେଣୀର ଦଳୀୟ କର୍ମୀ ରବୀନ୍ଦ୍ର ମଲ୍ଲିକଙ୍କୁ ମାଡ଼ ମାରିବା ନିରଞ୍ଜନଙ୍କୁ ପଡ଼ିବ କି ମହଙ୍ଗା।ନେତାଙ୍କ ଆଚରଣ ଉଚ୍ଚାରଣକୁ ନେଇ ସନ୍ତୁଷ୍ଟ ନାହାଁନ୍ତି ସାଧାରଣ ଜନତା।ଏପରି ଘଟଣା ଘଟିଛି ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ପାରାଦ୍ଵୀପର ଏକ ମଣ୍ଡପରେ।ତେବେ କିଛି ଦିନ ତଳେ ପାରାଦ୍ଵୀପର ଏକ ମଣ୍ଡପରେ କଂଗ୍ରେସ ପକ୍ଷରୁ ସଂଗଠନ ଶୃଜନ ଅଭିଯାନ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସର ରାଜ୍ୟ ସ୍ତରୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।ମାତ୍ର ସେହି ସମୟରେ ବିଧାୟକ ପାର୍ଥୀ ନିରଞ୍ଜନ ନାୟକଙ୍କୁ କଂଗ୍ରେସ ଦଳର ଦଳୀୟ କର୍ମୀ ତଥା ଜଣେ ଦଳିତ ଶ୍ରେଣୀର ବ୍ୟକ୍ତି ରବୀନ୍ଦ୍ର ମଲ୍ଲିକ କିଛି ପ୍ରଶ୍ନ କରିଥିଲେ।ଯାହାକୁ ନେଇ ଉତିକ୍ତ ହୋଇ ନିରଞ୍ଜନ ନାୟକ ରବୀନ୍ଦ୍ର ମଲ୍ଲିକଙ୍କୁ ତଣ୍ଟୀ ଚିପି ମାଡ ମାରିଥିବା ବେଳେ ସ୍ଥାନୀୟ ପାରାଦ୍ଵୀପ ଆଦର୍ଶ ଥାନାରେ ରବୀନ୍ଦ୍ରଙ୍କ ପତ୍ନୀ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ପାରାଦ୍ଵୀପ ଆଦର୍ଶ ଥାନା ପୋଲିସ୍ ଏତେଲାକୁ ପଞ୍ଜୀକୃତ କରିଥିବା ବେଳେ ମାଡ ମାରିଥିବା ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପାର୍ଥୀ ନିରଞ୍ଜନଙ୍କୁ ଗିରଫ କରାଯାଇନାହିଁ।ତେବେ ହରିଜନ ଶବ୍ଦକୁ ବାଦ ଦେଇ ସରକାର ଅନୁସୂଚିତ ଜାତି ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଠିକ୍ ସେହି ସମୟରେ ଏପରି ଘଟଣା ଘଟିବା କଥାକୁ ବରିଷ୍ଠ ଆଇନଯିବୀ ସଞ୍ଜୟ କୁମାର ବେହେରା ଘୋର ନିନ୍ଦା କରିଛନ୍ତି।ଏଥିସହିତ କଂଗ୍ରେସ ବିଧାୟକ ପାର୍ଥୀ ନିରଞ୍ଜନ ନାୟକଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ଅଛି ବୋଲି ଗଣମାଧ୍ୟମ ଜରୀଆରେ ପ୍ରକାଶ କରିଛନ୍ତି। ସଞ୍ଜୟ କୁମାର ବେହେରା।(ବରିଷ୍ଠ ଆଇନଜୀବୀ) ଓ ଜୟନ୍ତ ସେନାପତି।ତେବେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ କଂଗ୍ରେସର ସ୍ଥିତି ହ୍ରାସ ପାଉଥିବା ବେଳେ ବିଧାୟକ ପାର୍ଥୀ ନିରଞ୍ଜନ ନାୟକଙ୍କ ଏପରି ଆଚରଣ ଉଚ୍ଚାରଣକୁ ନେଇ ଖପ୍ପା ହେଲେଣି କର୍ମୀ।ଯଦି ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ନୂଆ ନେତୃତ୍ଵ ଦିଆଯିବ ତାହାଲେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
Article Image
Article Image
Article Image
5