ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସମସ୍ୟାର ପାହାଡ ଭିତରେ ବୁଡି ରହିଛି ଟିକରପଙ୍ଗା ପଞ୍ଚାୟତ

କେନ୍ଦ୍ରାପଡ଼ା / ମହାକାଳପଡ଼ା, 13/09/2025, ଉତ୍କଳ voice news - utkalvoicenews.com ( କେନ୍ଦ୍ରାପଡ଼ା ରୁ ମୃତ୍ୟୁଞ୍ଜୟ ମିଶ୍ର କ ରିପୋର୍ଟ ) :
Article Image
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଟିକରପଙ୍ଗା ଗ୍ରାମପଞ୍ଚାୟତ। ଏହି ପଞ୍ଚାୟତ ଟି ବେଶ ଗୁରୁତ୍ୱ ବହନ କରେ। ଏଥିପାଇଁ ଗୁରୁତ୍ୱ ବହନ କରେ ଏହି ଗ୍ରାମପଞ୍ଚାୟତ କୁ ଲାଗି ପାରାଦୀପ ଦଇତାରି ଜାତୀୟ ରାଜପଥ ଯାଇଛି।ଏହି ପଞ୍ଚାୟତ ସୀମାରେ ମହାନଦୀ ଏବଂ ମହାନଦୀର ଅନ୍ୟପାଶ୍ଵଟି ଜଗତସିଂହପୁର ଜିଲ୍ଲା ଓ ଟିକରପଙ୍ଗା ପଞ୍ଚାୟତ ରୁ ବା ମହାନଦୀ ଏପଟ ପାଶ୍ୱରୁ କେନ୍ଦ୍ରାପଡ଼ା ଜିଲ୍ଲା ର ସୀମା ନିର୍ଧାରଣ କରେ ବା ଜିଲ୍ଲା ର ଆରମ୍ଭ ଯେହେତୁ ସୀମାରେ ଅବସ୍ଥିତ ସେଥିପାଇଁ ଗୁରୁତ୍ୱ ବହନ କରେ। ଏହି ପଞ୍ଚାୟତ ରେ ଅନେକ ସମସ୍ୟା ଦେଇ ଗତିକରୁଛି। ଦୀପ ତଳ ଅନ୍ଧାର ଭଳି ଏଠି ମଧ୍ୟ ସେଇ ଭଳି ଅବସ୍ଥା। ଟିକରପଙ୍ଗା ରେ ଏକ ମେଡିକାଲ ଥିଲା ଆଖ ପାଖ ପଞ୍ଚାୟତ ରୁ ଅନେକ ରୋଗୀ ଚିକିତ୍ସା ପାଇଁ ଆସୁଥିଲେ ଆଜି ସେ ଭୁତ କୋଠି, ନା ଏଠି ଡାକ୍ତର ଅଛନ୍ତି ନା ମେଡିକାଲ ଘର। ଭଲ ଅବସ୍ଥାରେ ଅଛି, ଜରାଜୀର୍ଣ୍ଣ ଅବସ୍ଥାରେ ମେଡିକାଲ ଇତିହାସ ହୋଇ ରହିଯିବା ଭଳିଲାଗୁଚି। ବିଜେଡି ସରକାର ଥିଲା ଅବସ୍ଥାରେ ବଡ ବଡ ବାବୁ ଜିଲ୍ଲାପାଳ ଠାରୁ ଆରମ୍ଭ କରି ବ୍ଲକ ଉର୍ନୟନ ବାବୁ ପର୍ଯ୍ୟନ୍ତ ସମସ୍ତେ ଏଠି ଆସିଛନ୍ତି, ପ୍ରତିଶୃତି ମଧ୍ୟ କେତେ କଣ ଦେଇଛନ୍ତି କିନ୍ତୁ ପ୍ରତିଶୃତି ପ୍ରତିଶୃତି ରେ ରହିଗଲା ଟିକରପଙ୍ଗା ର ମୁଖ୍ୟ ରାସ୍ତା ଯେ ଏତେ କଦର୍ଥ ଆପଣ ମାନେ ତାହା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ ହେବନି। ଏଭଳି ଅବସ୍ଥା ଯେ ବେଳେ ବେଳେ ସାଧାରଣ ଲୋକଙ୍କୁ ପୋଖରୀ ଭଳି ଭ୍ରମ ସୃଷ୍ଟି କରୁଛି। ସେ ଗ୍ରାମକୁ ଯାଇଥିବା ଜନ ସାଧାରଣ ମାନଙ୍କୁ କୌଣସି ସାଧାରଣ କାମରେ ଯଦି ଯିବାକୁ ପଡେ ସେଠାକାର ଜନସାଧାରଣ ମାନଙ୍କୁ ଶହେଥର ଭାବିବାକୁ ପଡୁଛି। ଏହି ପଞ୍ଚାୟତ ର ଅନ୍ୟ ଏକ ଗାଁ ନାମ ହେଲା ଗତାନଇ ଏଠି ମଧ୍ୟ କିଛି କମ ସମସ୍ୟା ନାହିଁ। ଗତାନଇ ଗ୍ରାମରେ ୪ ଟି word ଅଛି ଏବଂ ଲୋକ ସଂଖ୍ୟା ୨୦୦୦, ବିଦ୍ୟାଳୟ ଅଛି ହେଲେ ଶିକ୍ଷକ ନାହାନ୍ତି ।ଯଦିଓ ଶିକ୍ଷୟତ୍ରୀ ଅଛନ୍ତି ଜଣେ ସେ ସମୁଦ୍ର ଶଙ୍ଖେ ଭଳି ଯୋଉଠି ୪ ଟି ଶିକ୍ଷକ ଥିଲେ ସେଥି ଗୋଟେ ଶିକ୍ଷୟତ୍ରୀ ଆଉ ଏକ ଜରୁରୀ ସମସ୍ୟା ବିଦୂତ ।ଯୋଉଠି 163 kb ଦରକାର ସେଠି ଖାଲି 63kb ଟ୍ରାନ୍ସଫରମର ରେ କାମ ଚଳାଉଛନ୍ତି। ସାଧାରଣ ରେ ଚର୍ଚ୍ଚା ହେଉଛି ଏ ଲୋକଙ୍କ ସରକାର ରେ ସେମାନଙ୍କର ଲୋକପ୍ରିୟ ବିଧାୟକ ସେମାନଙ୍କ ଦୁଃଖ ଶୁଣିବେ। ଦେଖିବା ଆଗକୁ କେତେଦୂର ସମସ୍ୟା ର ସମାଧାନ ହେଉଛି
Article Image
Article Image
6