ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ବିଜେପି କାର୍ଯ୍ୟାଳୟ ଠାରେ ସେବା ପକ୍ଷ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ବୁଗୁଡ଼ା, 13/09/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଅବସରରେ ବିଜେପି ପକ୍ଷରୁ ଆସନ୍ତା ୧୭ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସବୁଠି ସେବା ପକ୍ଷ ପାଳନ କରାଯିବା କୁ ଲକ୍ଷ ରଖିଛି ବିଜେପି ଦଳ l ଏହାକୁ ନେଇ ସବୁଠି କର୍ମଶାଳା ଆୟୋଜନ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ବୁଗୁଡ଼ା ସହ ବ୍ଲକ କଲୋନୀ ବିଜେପି କାର୍ଯ୍ୟାଳୟ ଠାରେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ନିର୍ଦେଶ କ୍ରମେ ମଣ୍ଡଳ ସ୍ତରୀୟ କର୍ମଶାଳା ବୁଗୁଡ଼ା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଦଳର ପୋଲସରା ସାଂସଦ ପ୍ରତିନିଧି ସିମାଞ୍ଚଳ ସାହୁ, ବୁଗୁଡ଼ା ନଗର ସଭାପତି କେଦାରନାଥ ମହାରଣା, କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଧାୟକ ପ୍ରତିନିଧି ୟୂ ଯଜ୍ଞ ନାରାୟଣ ପାତ୍ର, ମଣ୍ଡଳ ସଭାପତି ସୁନୀଲ ପ୍ରଧାନ, ଭଗବାନ ଜେନା ସମେତ ବହୁ ଆଗଧାଡିର କର୍ମକର୍ତା ଯୋଗଦେଇ ଥିଲେ l
Article Image
5