ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆସ ସ୍କୁଲ୍ ଯିବା ସଚେତନତା ରାଲି

ଢେଙ୍କାନାଳ, 13/09/2025, ଉତ୍କଳ voice news - utkalvoicenews.com(ଶୁଭମ୍ ପାଣିଙ୍କ ରିପୋର୍ଟ) :
Article Image
ଢେଙ୍କାନାଳ ସହରସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ‘‘ଆସ ସ୍କୁଲ୍ ଯିବା ସଚେତନତା ରାଲି" ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ, ବିଦ୍ୟାଳୟ ପଞ୍ଚସଖା ଶିକ୍ଷାସେତୁର ସଭାପତି କୁର୍ସିଦା ବେଗମ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ୍ତ କୁମାର ମହାପାତ୍ର ଓ ସଭ୍ୟସଭ୍ୟାବୃନ୍ଦ ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କନ୍ୟାକୁମାରୀ ଭୂତିଆ, ସୁଲୋଚନା ଭୂତିଆ, ସସ୍ମିତା ସ୍ୱାଇଁ, ସାଗରିକା ପଣ୍ଡା, ମାମାଲି ମିଶ୍ର, ବର୍ଷାରାଣୀ ସାହୁ, ଜୟନ୍ତୀ ବେହେରା, ରାନୁ ଦାସ, ପ୍ରଣତୀ ପତି, ବବିତା ସାହୁ, ସୋନାଲି ସାହୁ, ଡଲି ସାହୁ, ଦୁଷ୍ମନ୍ତ କୁମାର ସାହୁ ଓ ପ୍ରଶାନ୍ତ ଜେନା ଓ ଅଭିଭାବକ, ଅଭିଭାବିକାଗଣ ଏହି ସଚେତନତା ରାଲିରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆସ ସ୍କୁଲ୍ ଯିବା ସ୍ଲୋଗାନ ଦେଇ ବିଦ୍ୟାଳୟର ନିକଟବର୍ତୀ ଅଞ୍ଚଳ ପରିକ୍ରମା କରିଥିଲେ ଏବଂ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ତତ୍‌ପରେ ସମସ୍ତ ଅଭିଭାବକ, ଅଭିଭାବିକା ଏସ୍.ଏମ୍.ସି ର ସଭ୍ୟସଭ୍ୟାଗଣ, ଫଞ୍ଚସଖା ଶିକ୍ଷାସେତୁର ସଭାପତି ତଥା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସମସ୍ତେ ବିଦ୍ୟାଳୟ ସଭାଗୃହରେ ଏକତ୍ରିତ ହୋଇ ‘ଆସ ସ୍କୁଲ୍ ଯିବା’ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
3