ରାୟଗଡ଼ା / କାଶୀପୁର, 13/09/2025, ଉତ୍କଳ voice news - utkalvoicenews.com ( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
କାଶୀପୁର, ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକରୁ ପ୍ରାୟ ୧୫ ହଜାର ଲୋକେ “ବେଦାନ୍ତ ଡାଉନ୍ ଡାଉନ୍”, “OMC ଗୋ ବ୍ୟାକ୍” ନାରା ଦେଇ ଆନ୍ଦୋଳନରେ ଯୋଗଦେଲେ। ଲକ୍ଷ୍ମୀପୁର OMC କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଏହି ଆନ୍ଦୋଳନରେ ଅଞ୍ଚଳବାସୀଙ୍କର ଗର୍ଜନ ଦେଖିବାକୁ ମିଳିଲା।
ଲୋକଙ୍କ କହିବା କଥା, “ଯଦି ସମସ୍ତ ଖଣି ବେଦାନ୍ତ ଦାବି କରି ନେଇଯାଏ, ତାହେଲେ ବର୍ତ୍ତମାନ ଗଡ଼ିଉଠୁଥିବା ଆଦିତ୍ୟ ଆଲୁମିନା କାରଖାନାର ଭବିଷ୍ୟତ କଣ ହେବ?” ସେମାନେ ସ୍ପଷ୍ଟ କରିଥିଲେ ଯେ, ସରକାର ଯଦି ଆଦିତ୍ୟ ଆଲୁମିନାକୁ ଖଣି ଯୋଗାଇ ନ ଦେଲେ, ତେବେ କାରଖାନାଟି “ପକଳ୍ପ ହେଇ ନ ହେବା” ସମାନ।
ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଥିଲେ ଯେ, ବେଦାନ୍ତ କମ୍ପାନୀ ଗତ ୭–୮ ବର୍ଷ ଧରି କୋଡିଙ୍ଗାମାଳିରୁ ଖଣି ରପ୍ତାନି କରିଆସୁଛି। କିନ୍ତୁ ଅଞ୍ଚଳବାସୀଙ୍କୁ ମାତ୍ର ଧୂଳି, ପ୍ରଦୂଷଣ ଓ ମିଥ୍ୟା ପ୍ରତିଶ୍ରୁତି ଦେଇଚାଲିଛି। CSR ମାଧ୍ୟମରେ କୌଣସି ଉନ୍ନତିମୂଳକ କାମ କରିନଥିବାର ଅଭିଯୋଗ ସେମାନଙ୍କର।
ତଥାପି, ଆଦିତ୍ୟ ବିର୍ଲା ଗ୍ରୁପ୍ର ଆଦିତ୍ୟ ଆଲୁମିନା କାରଖାନା ମାତ୍ର ୭ ମାସ ହେବା ସତ୍ତେ, ଅଞ୍ଚଳବାସୀଙ୍କ ସହିତ ଦୁଃଖ–ସୁଖରେ ସାଥ ଦେଇଆସୁଛି। CSR ମାଧ୍ୟମରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ବିଭିନ୍ନ ଉନ୍ନତି କାମ ହାତେଇ ଥିବାରୁ ଅଞ୍ଚଳରେ ଆଦିତ୍ୟ ଆଲୁମିନାର ନାମ ସ୍ଥାନ ପାଇଛି।