ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅସହାୟ କଲ୍ୟାଣ ସମିତି ଟ୍ରଷ୍ଟ ପକ୍ଷରୁ ବୃଦ୍ଧ ବୃଦ୍ଧା ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ

ପାରାଦୀପ, 13/09/2025, ଉତ୍କଳ voice news - utkalvoicenews.com ( ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍ ) :
Article Image
ଆଜି ଅସହାୟ କଲ୍ୟାଣ ସମିତି ଟ୍ରଷ୍ଟ ପାରାଦ୍ୱୀପ ର ସହଯୋଗରେ ସୋର୍ଗତ ଡା. ପ୍ରତିମା ବେହେରା ଙ୍କ ଜନ୍ମଦିନ ବହୁ ଆଡମ୍ବର ସହକାରେ ପାଳନ କରା ଯାଇ ଥିଲା l.ଡା. ପ୍ରତିମା ବେହେରା ପାରାଦ୍ୱୀପ ବନ୍ଦର ମେଡିକାଲ ରେ ଜଣେ ସ୍ତ୍ରୀ ରୋଗ ବିଶେ ସଂଜ୍ଞ ଭାବେ କାର୍ଯ୍ୟ କରୁଥିଲେ. I ସେ ଜଣେ ମେଳାପୀ ଏବଂ ଉଚ୍ଚ କୋଟିର ଡାକ୍ତର ଭାବରେ ଏ ଅଂଚଳରେ ତାଙ୍କର ଖୁବ ସୁନାମଧନ୍ୟ l . ସେ ଦୁଃଖୀ ଦରିଦ୍ର ଙ୍କ ସେବା କରିବା ପାଇଁ ସର୍ବଦା ଚେଷ୍ଟା କରି ଥାନ୍ତି l .ବିଡମ୍ବନାର ବିଷୟ ସେ ଗତ କିଛି ଦିନ ତଳେ କର୍କଟ ରୋଗରେ ପୀଡିତ ହୋଇ ସମସ୍ତ ଙ୍କୁ ଛାଡି ଚାଲି ଯାଇ ଥିଲେ l ତାଙ୍କର ସେବା ଏବେ ବି ଅମର ହୋଇ ରହିଛି. ତାଙ୍କର ସୁ ପୁତ୍ର ଜୟଶ୍ରି ମଲ୍ଲିକ ଏବଂ ପୁତ୍ର ବଧୂ ସୁଶ୍ରିସରିତା ପ୍ରଧାନ ଦେଶ ବାହାରେ ରହୁଥିଲେ ମଧ୍ୟ ତାଙ୍କ ମା ଙ୍କ ଜନ୍ମ ଦିନ ପାଳନ କରିବା ପାଇଁ ତାଙ୍କ ମା ଙ୍କ କର୍ମ ଭୂମିକୁ ଦୌଡ଼ି ଆସିଛନ୍ତି l ଅସହାୟ କଲ୍ୟାଣ ସମିତି ଟ୍ରଷ୍ଟ ପାରାଦ୍ୱୀପ ର ସହଯୋଗରେ ମା ଙ୍କର ଜନ୍ମ ଦିନ ପାଳନ କରିବା ସହ ଅସହାୟ ବୃଦ୍ଧ, ବୃଦ୍ଧା ଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରି କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିବା ଦେଖି ବାକୁମିଳିଛି. I ଅସହାୟ ବୃଦ୍ଧ ବୃଦ୍ଧା ଙ୍କ ଗହଣରେ ତାଙ୍କ ମା ଙ୍କ ଜନ୍ମ ଦିନ ପାଳନ କରି ଅତି ଖୁସି ହୋଇଥିବା ବେଳେ. ସେମାନଙ୍କ ସହିତ ଅସହାୟ କଲ୍ୟାଣ ସମିତି ଟ୍ରଷ୍ଟ ପାରାଦ୍ୱୀପ ର ମୁଖ୍ୟ ଉପଦେଷ୍ଟା ପ୍ରୀତି ରଞ୍ଜନ ମହାପାତ୍ର, ସଭାପତି ପଞ୍ଚାନନ ବେହେରା, ଉପସଭାପତି ତ୍ରିନାଥ ଗୋଛାୟତ, ସମ୍ପାଦିକା ପ୍ରୀତିରେଖା ନାୟକ, ସହ ସମ୍ପାଦକ କୈଳାଶ ଗୋଛାୟତ, ରଶ୍ମିତା ସାହୁ, ସୂର୍ଯ୍ୟଶିଖା ପଟନାୟକ, ଜିତେନ ଗାୟନ, ଟୁନି ଗାୟନ, ଶର୍ମିଷ୍ଠା ଭୂଇୟା ପ୍ରଭୁତି ଉପସ୍ଥିତ ରହି ଅସହାୟ ବୃଦ୍ଧ, ବୃଦ୍ଧା ଙ୍କୁ ସହାୟତା ପ୍ରଦାନ କରିଥିଲେ.
Article Image
Article Image
Article Image
Article Image
5