ରାୟଗଡ଼ା / କାଶୀପୁର, 14/09/2025, ଉତ୍କଳ voice news - utkalvoicenews.com ( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ରାୟଗଡା ଜିଲ୍ଲା କାଶୀପୁର ସଦର ସ୍ଥିତ ଚେତକ କ୍ଲଭ ସମ୍ବିଳନୀ କକ୍ଷ ଠାରେ ତା ୧୦/୯/୨୫ ରିଖରେ କ୍ଷୁଦ୍ର, ସୂକ୍ଷ୍ମ ଓ ମଧ୍ୟ ଉଦ୍ୟାଗୀ ବିକାଶ ଯୋଜନା ସମନ୍ଧେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମଟି ରାୟଗଡା ଶାଖା ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବିକାଶ ଏବଂ ସୁବିଧା କାର୍ଯ୍ୟାଳୟ ( MSME )ଓ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ର ସହଯୋଗରେ କାଶୀପୁର ଚେତକ କ୍ଳବ ଠାରେ ଏକ ଉଦ୍ୟୋଗୀତା ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ରେ PMEGP, PMFME, PM VISWAKARMA,MSME ଭଳି ଜଯୋଜନା ବିଷୟରେ
ଉପସ୍ଥିତ ମୁଖ୍ୟ ବକ୍ତା ମାନେ ତଥା ଦେବେନ୍ଦ୍ର କୁମାର ବାଉରୀ,କେସି. ଦୋରା LDM SBI ରାୟଗଡା,FLC SBI ରାୟଗଡା,ପ୍ରଫୁଲ ବିଡ଼ିକା ଶାଖା ପରିଚାଳକ କାଶୀପୁର,ସୁନୀଲ ପଟ୍ଟନାୟକ IPO DIC ରାୟଗଡା, ଏବଂ ଏନକେ. ରତ୍ନାମ ସହକାରୀ ନିର୍ଦେଶକ MSME DFO ରାୟଗଡା ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ କୁ ବିସ୍ତାର ଭାବେ ନିଜ ନିଜ ବକ୍ତବ୍ୟ ଦେଇ ଥିଲେ।
ଯୁବ ପିଢିଙ୍କୁ MSME ଯୋଜନା ବିଷୟରେ ଜାଣିବା ଏବଂ ସେମାନଙ୍କର ଉଦ୍ୟୋଗୀ ଦକ୍ଷତା ଓ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ଅଞ୍ଚଳରେ ଉଦ୍ୟଗୀତା ସହ ଦକ୍ଷତା ବିକାଶ କୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ ଭୂମିକା ସହ ଉପଯୁକ୍ତ ଭବିଷ୍ୟତ ପ୍ରଦାନ କରିବା କାର୍ଯ୍ୟକ୍ରମ ର ମୂଳ ଉଦେଶ୍ୟ ଥିଲା ବୋଲି କାଶୀପୁର ଚେତକ ବ୍ଲକ ସଭାପତି ଶ୍ରୀ ମନୋଜ କୁମାର ଗଉଡ଼ ମତ ପ୍ରକଶ କରିଥଲେ। କାର୍ଯ୍ୟକ୍ରମ ରେ କାଶୀପୁର ଅଞ୍ଚଳରୁ ପ୍ରାୟ ୬୦ ଜଣ ଯୁବକ ଅଂଶଗ୍ରହଣ କରିଥିଲେ
ସମ୍ପାଦକ ପ୍ରସନ୍ନ ନାୟକ, ସୁସାନ୍ତ କୁମାର ଗୌଡ଼, ବରିଷ୍ଠ ସଦସ୍ୟ ସନ୍ତୋଷ ଗୌଡ଼, ଅଶ୍ୱିନ ଗୋପାଳ, ଅଜୟ ପାତ୍ର, ପ୍ରଦୀପ ନାୟକ ସମ୍ପୂର୍ଣ କାର୍ଯ୍ୟକ୍ରମଟି କୁ ସଫଳ ଆୟୋଜନ କରିଥିଲେ।