ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଲକ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ।

ବୁଗୁଡା, 14/09/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ):
Article Image
ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବ୍ଲକ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରିବା ସହ ଛାତ୍ର ମାନଙ୍କ ସହିତ କବାଡି ଖେଳିଥିଲେ । ଏହାସହିତ ସମ୍ମାନିତ ଅତିଥି ଭାବେ କେ.ନୀଳମାଧବ ଆଚାରୀ , କେଦାର ମହାରଣା, କୃଷ୍ଣଚନ୍ଦ୍ର ମହାପାତ୍ର, ମଦନ ଗୋପାଳ ଦୋରା ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ସମୂହ କ୍ରୀଡା ପ୍ରତିଯୋଗିତାରେ ବୁଗୁଡା, ବାଲିପଦର, ବି.କରଡ଼ାବାଡ଼ି, ସଙ୍କୁରୁ ଆଦି ଚାରୋଟି ଜୋନ ଅନ୍ତର୍ଗତ ୩୪ଟି ବିଦ୍ୟାଳୟରୁ ଚୟନ ହୋଇଥିବା କନିଷ୍ଠ ବର୍ଗର ୯୪ ଜଣ ଓ ବରିଷ୍ଠ ବର୍ଗର ୧୨୬ ଜଣ ହିସାବରେ ମୋଟ ୨୨୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗୀଙ୍କ ସାମୂହିକ ଶପଥ ପାଠ ପରେ ସେମାନଙ୍କ ମଧ୍ୟରେ ଦୌଡ, ଲଙ୍ଗଜମ୍ପ୍, ହାଇଜମ୍ପ୍, ସଟପୁଟ୍ ଥ୍ରୋ, ଡିସକସ୍ ଥ୍ରୋ, ଜଭଲିନ୍ ଥ୍ରୋ, କବାଡି, ଖୋ-ଖୋ, ଯୋଗାସନ ଆଦି ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆୟୋଜିତ ପ୍ରତିଯୋଗିତା ଗୁଡିକୁ ବୁଗୁଡା ବ୍ଲକ ସ୍କୁଲ ସ୍ପୋର୍ଟସ ଏସୋସିଏସନ ସେକ୍ରେଟାରୀ ବିଶ୍ବେଶ୍ବର ଗିରିଙ୍କ ସମେତ କ୍ରୀଡ଼ା ଶିକ୍ଷକ ଭଞ୍ଜ କିଶୋର ଗୌଡ଼, ଆଦିତ୍ୟ ପ୍ରଧାନ, ବିଭୁ ପ୍ରସାଦ ନନ୍ଦ, ଅମୀୟ ରଞ୍ଜନ ଭୂୟାଁ, ସିଦ୍ଧାନ୍ତ ରାଉତ, ଲକ୍ଷ୍ମଣ ବେହେରା, ପ୍ରଣବ ମହାନ୍ତ, ଦୁତିକୃଷ୍ଣ ପାତ୍ର ଓ କ୍ରୀଡା ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସ୍ବାଇଁ ପ୍ରମୁଖ କ୍ରୀଡା ସମୂହକୁ ପରିଚାଳନା ସହିତ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲା ବେଳେ ସିଆରସିସି କିରଣ ବାଳା ତ୍ରିପାଠୀ, ଶର୍ମିଷ୍ଠା ଜେନା, ସୁନିତା ପାଣିଗ୍ରାହୀ, ସୁଶାନ୍ତ କୁମାର ସେଠୀ, ବିଶ୍ବଜିତ୍ ପରିଡା,ସନ୍ତୋଷ କୁମାର ଡାକୁଆ ଏଥିରେ ସହଯୋଗ କରିଥିଲେ। ବୁଗୁଡ଼ା ବ୍ଲକ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ସଭାପତି ତଥା ବିଇଓ ଚିନ୍ମୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତହସିଲଦାର ତାପସ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ମିଡିଆ କ୍ଲବ ସଭାପତି ଅନିଲ ପଟ୍ଟନାୟକ, ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳି ଚରଣ ବେହେରା ଓ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କୃଷ୍ଣପ୍ରିୟା ମହାରଣା, ବାଲିପଦର ହାଇସ୍କୁଲ ପ୍ରଧାନ ଶିକ୍ଷକ ନୀଳାଞ୍ଚଳ ପାତ୍ର, ବୁଦ୍ଧଗିରି ବିଦ୍ୟାପୀଠ କିରାଣୀ ଗନ୍ଧର୍ବ ପ୍ରଧାନ ପ୍ରମୁଖ ଯୋଗ ଦେଇ କ଼ୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ପରିଶେଷରେ ପ୍ରାକ୍ତନ ସିଆରସିସି ନିରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Article Image
5