ଜଗତସିଂହପୁର / ବାଲିକୁଦା, 14/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ପଞ୍ଚାୟତର ମାଛଗାଁ ଗ୍ରାମର ରାମଚନ୍ଦ୍ର ବେହେରା ଙ୍କ ଅକାଳ ବିୟୋଗ ଘଟିଛି । ସେ ଜଣେ ପରୋପକାରୀ, ଦୟାଳୁ, ସରଳ, ମିଷ୍ଟଭାଷୀ ଓ ସମାଜସେବୀ ଭାବରେ ସମଗ୍ର ବାଲିକୁଦା ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ବାଲିକୁଦା ବ୍ଲକ ଯାଦବ ମହାସଭାର ସେ ଜଣେ ସଦସ୍ୟ ରହିଥିବା ବେଳେ, ମାଛଗାଁ ପଞ୍ଚାୟତ ଯାଦବ ସମିତିର ସେ ସକ୍ରିୟ ସଦସ୍ୟ ରହିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ମାଛଗାଁ ସମେତ ବାଲିକୁଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଶ୍ରୀ ବେହେରାଙ୍କ ମୃତ୍ୟୁ ଖବର ପାଇବା ପରେ ବହୁ ବିଶିଷ୍ଟ ମାନ୍ୟଗଣ ବ୍ୟକ୍ତି ମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ ।