ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମିଳୁନି ସାର ଚିନ୍ତାରେ ଚାଷୀ

ବୁଗୁଡା, 15/09/2025, ଉତ୍କଳ voice news - utkalvoicenews.com( ବୁଗୁଡା ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଚାଷ କାର୍ଯ୍ୟ ଆରମ୍ଭରୁ ଚାଷୀ ମୁଣ୍ଡରେ ସାର ଚଡ଼କ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଲାଣି।ସାର ସଙ୍କଟ ପାଇଁ ଚାଷୀ ହନ୍ତସତ ହେଉଛନ୍ତି ।ଯେଉଁ ୟୁରିଆ ସାରର ଦାମ୍ ୩୦୦ ଟଙ୍କାରେ ମିଳିବା କଥା ତାହା ବଜାରରେ ୫୦୦ରୁ ୭୦୦ ଟଙ୍କାରେ ବିକ୍ରି କରୁଛନ୍ତି ଦୋକାନି। ଆବଶ୍ୟକକୁ ଦେଖି ଚଢ଼ା ଦରରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ତାହାହେଲେ ଚାଷୀ କରିବ ବା' କଣ ? ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ସୋସାଇଟ୍ ଆଗରେ ଆଜି ୟୁରିଆ ସାର ପାଇଁ ଚାଷୀଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି।ସୂଚନା ପ୍ରକାରେ ବର୍ତ୍ତମାନ ସୋସାଇଟ୍ ରେ କମ୍ ସାର ମହଜୁତ ଥିବା ବେଳ ପ୍ରାୟ ହଜାରେ ରୁ ଅଧିକ ଚାଷୀ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା।ଯାହାଫଳରେ ବୁଗୁଡ଼ା ପୋଲିସ ଏବଂ ସୋସାଇଟ୍ ର ସଭାପତି ବସନ୍ତ କୁମାର ସାମଲ , ଶଙ୍କର୍ଷଣ ଜେନା, ରାଧା ମୋହନ ସ୍ବାଇଁ ,ବସନ୍ତ କୁମାର ରାଉତ, କୁମୁଦ ଚନ୍ଦ୍ର ଜେନା, ସରୋଜ କୁମାର ବିଷୋୟୀ, ଏବଂ ସୂର୍ଯ୍ୟ ନାରାୟଣ ସ୍ବାଇଁ, ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ଯାହାର ମଣ୍ଡି ରେ ନାମ ଅଛି ସେମାନଙ୍କୁ ଗୋଟିଏ ଲେଖାଏଁ ୟୁରିଆ ସାର ଦେଉଥିବା କହିଛନ୍ତି ସୋସାଇଟ୍ ର ସମ୍ପାଦକ ରଞ୍ଜନ କୁମାର ସ୍ବାଇଁ। ଯାହାଦ୍ଵାରା ବହୁ ଚାଷୀ ଅସନ୍ତୋଷ ପ୍ରକାଶ କରି ଫେରି ଯିବାକୁ ବାଧ୍ୟ ହୋଇଥିଲେ।ସରକାରୀ ସ୍ତରରେ କାହିଁକି ଏହାକୁ ରୋକାଯାଇ ପାରୁନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
5