ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଳୁଛି_ପ୍ରଦ୍ବୀପ_ହେଲେ_ନିରବି_ଗଲେ_ମୁକ୍ତିକାନ୍ତ

ଏରସମା, 16/09/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ) :
Article Image
ଏରସମା ବ୍ଳକ ବିଜେଡ଼ି ସଭାପତି ତଥା ୩ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ପୀତବାସ ଗଛାୟତ ଙ୍କ ସୁପୁତ୍ର ସ୍ବର୍ଗତଃ ଡ଼ା. ମୁକ୍ତି ରଂଜନ ଗଛାୟତ ଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଜଗତସିଂହପୁର ପୂର୍ବତନ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ Prasanta Muduli ମହୋଦୟ ଯୋଗଦେଇ ଭଗବାନ ଙ୍କ ନିକଟରେ ମୁକ୍ତିକାନ୍ତ ର ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ଅନ୍ୟକୁ ଜୀବନ ଦାନ ଦେବା ପାଇଁ, ନିଜକୁ ପ୍ରସ୍ତୁତ କରି ଡ଼କ୍ଟର ଡ୍ରିଗୀ ହାସଲ କରିଥିବା ଆମ ଏରସମା ଅଞ୍ଚଳର, ଆଗାମୀ କାଲିର ଉଜ୍ଜଳ, ଦୀପ ଟି ଅକାଳରେ ଲିଭି ଗଲା।ଏରସମା ବ୍ଲକ ଜପା ପଞ୍ଚାୟତ ର ଶ୍ରୀ ପୀତବାସ ଗଛାୟତ ନିଜେ ରାଜନୈତିକ ଓ ସାମାଜିକ ଜୀବନ ରେ ଲୋକ ମାନଙ୍କ ସେବା କରିବା ସହିତ, ନିଜ ସାନ ପୁଅ କୁ ଲୋକ ମାନଙ୍କ ସେବା କରିବା ପାଇଁ, ଗଢି ତୋଳି ଥୂଲେ। ସେଇ, ଉଜ୍ଜଳ ତାରା ସାନ ପୁଅଟି ଆଜି ସମସ୍ତଙ୍କୁ ଶୋକ ସାଗର ରେ ଭଶାଇ ଦେଇ, ଈଶ୍ବର ଙ୍କ ପାଖକୁ ଚାଲିଗଲେ। ଏଭଳି ଏକ ଦୁଖଦଃ ମୁହୂର୍ତ୍ତ ସମସ୍ତ ପରିବାର ବର୍ଗଙ୍କୁ ଭଗଵାନ ଅସୀମ ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।
Article Image
Article Image
12