ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦୂତୀବାହନ ଓଷା ଓ ପରମ୍ପରା ଅନୁଯାୟୀ ଘାଣ୍ଟ ତରକାରୀ ପର୍ବ

ଭୁବନେଶ୍ଵର, 16/09/2025, ଉତ୍କଳ voice news - utkalvoicenews.com( ଭୁବନେଶ୍ଵର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ ) :
Article Image
ଦ୍ଵିତୀୟା ଓଷା ହେଉଛି ଓଡିଶାର ଏକ ପାରମ୍ପରିକ ପର୍ବ । ଦୂତୀବାହନଙ୍କୁ ପୂଜା କଲେ ଅପୁତ୍ରିକ ନାରୀ ପୁତ୍ରଲାଭ କରେ । ବିଧବା ବ୍ରାହ୍ମଣୀଙ୍କ ଗର୍ଭରୁ ଜନ୍ମିତ ସୂର୍ଯ୍ୟ ଦେବତାଙ୍କ ପୁତ୍ର ଅଟନ୍ତି ଦୂତୀବାହନ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ଦ୍ୱିତୀୟା ଓଷା (ଦୂତିୟା ଓଷା) ପାଳନ କରାଯାଏ । ମହିଳାମାନେ ନିର୍ଜଳା ଉପବାସ କରି ପୁଅମାନଙ୍କ ମଙ୍ଗଳ କାମନା କରି ଏହି ଦ୍ୱିତୀୟା ଓଷା କରିଥାନ୍ତି । କେବଳ ଏତିକି ନୁହେଁ ଦ୍ୱିତୀୟା ଓଷା ଦିନ ବିବାହିତା ମହିଳାଙ୍କ ଘରକୁ ପରିବା ଭାର ଯିବାର ବିଧି ରହିଛି । ପ୍ରତ୍ୟେକ ଓଡିଆ ଘରେ ଏହି ପର୍ବ ପାଳନ ହେବା ସହ ଘାଣ୍ଟ ତରକାରୀର ଏକ ସ୍ଵତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଇଷ୍ଟଦେବୀ ଏବଂ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଅର୍ପଣ କରାଯାଇଥାଏ । ଓଷା ପରଦିନ ସବୁ ପରିବା ମିଶାଇ ଘାଣ୍ଟ ତରକାରୀ ରାନ୍ଧି ବନ୍ଧୁବାନ୍ଧବଙ୍କ ମଧ୍ୟରେ ବାଣ୍ଟିବାର ପ୍ରଥା ଓଡ଼ିଶାରେ ଚଳି ଆସୁଛି । ଏହା ଦ୍ଵିତୀୟା ଓଷାର ଘାଣ୍ଟ ତରକାରୀ ରୂପେ ପ୍ରସିଦ୍ଧ । (ଦୂତୀବାହନ ଓଷା )ପରମ୍ପରା ଅନୁଯାୟୀ, କଦଳୀ, ବୁଢ଼ା କାକୁଡ଼ି, ଜହ୍ନି, କଖାରୁ, ସାରୁ, ଓଉ, କନ୍ଦମୂଳ, ନଡ଼ିଆ, ମୁଗ, ସୋଲା, କାଙ୍କଡ଼ ଆଦି ପନିପରିବା ପଡ଼ି ଘାଣ୍ଟ ହୁଏ । ବାଇଗଣଠାରୁ ଆରମ୍ଭ କରି ବିନ, ଗାଜର, ମାଟି ଆଳୁ, ସାରୁ, ଅମୃତଭଣ୍ଡା, ପାଣି କଖାରୁ, କାଙ୍କଣ, ଗ୍ରିନ ମଟର ପର୍ଯ୍ୟନ୍ତ ସବୁ ପରିବା ଦରକାର । ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଏହି ଘାଣ୍ଟ ତରକାରିର ସ୍ୱତନ୍ତ୍ର ମହକ ଥାଏ । ଘାଣ୍ଟ ପ୍ରସ୍ତୁତ ହେବା ପରେ ଦ୍ୱୀତିବାହନଙ୍କୁ ଭୋଗ ଦିଆଯାଏ । ଏହାପରେ ବନ୍ଧୁବାନ୍ଧବ ତଥା ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଘାଣ୍ଟ ତରକାରିର ମଜ୍ଜା ନିଅନ୍ତି ।ବାଡ଼ିରେ ପ୍ରଚୁର ଫଳୁଥିବା ବର୍ଷାଦିନିଆ ପରିବା ବନ୍ଧୁ ବାନ୍ଧାବରେ ଦିଆ ନିଆ ହୁଏ । ଦୂର ଦୁରାନ୍ତରେ ରହୁଥିବା ନିଜର ବିବାହିତା ଝିଅର ଘରେ ପରିବା ପୁଞ୍ଜେ ଥୋଇଦେଇ ଖାଇବା ପିଇବା କଥା ବୁଝି ଆସନ୍ତି ବାପା । ସ୍ଵାସ୍ଥ୍ୟ ସଚେତନ ହେବା ଏହି ଓଷାର ମୂଳ ଉଦ୍ଦେଶ୍ୟ । ସୁସ୍ଵାସ୍ଥ୍ୟ ପାଇଁ ବିଭିନ୍ନ ଋତୁର ଜାତିଜାତିର ପନିପରିବା ଦୈନିକ ଅଭ୍ୟାସରେ ଖାଇବା ପାଇଁ ପରାମର୍ଶ ଦିଆଯାଏ । ଓଡ଼ିଶାରେ ଆମର ପ୍ରଧାନ ଖାଦ୍ୟ ଏବଂ ଓଡ଼ିଆ ପ୍ରଥମ ପସନ୍ଦ ହେଉଛି ଭାତ । ପନିପରିବା ସବୁପ୍ରକାର ମିଳୁଥିବା ହେତୁ ଅଧିକାଂଶ ସୁସ୍ୱାଦୁ ଅନ୍ନବ୍ୟଞ୍ଜନରେ ପନିପରିବା ହିଁ ପ୍ରଧାନ ଜାଗା ଅକ୍ତିଆର କରିଥାନ୍ତି । ଘାଣ୍ଟ ତରକାରୀ ଦିବସଟି ଏହି ମହତ ଉଦ୍ଦେଶ୍ୟକୁ ସତେ ଯେପରି ସତେଜ କରିଦିଏ ।ଘାଣ୍ଟ ତରକାରୀରେ ପଡୁଥିବା କେତୋଟି ପରିବା କେବଳ ଡାଲମା କିମ୍ବା କୌଣସି ନିର୍ଦ୍ଦିଷ୍ଟ ତରକାରୀ ଲାଗି ହିଁ କଖାରୁ ବ୍ୟବହାର କରାଯାଇଥାଏ । ହେଲେ ଆପଣ ଜାଣନ୍ତି କ ପ୍ରତିଦିନ ଖାଦ୍ୟ ତାଲିକାରେ ,ଆଳୁ ସହିତ ବର୍ଷ ସାରା ଅଧିକ ମାତ୍ରାରେ ମିଳୁଥିବାରୁ ଏହି ପରିବା ଘାଣ୍ଟ ତରକାରୀରେ ଅତି ଦରକାରୀ ଯଥା କାଙ୍କଡ଼,ଆଳୁ, ଅମୃତ ଭଣ୍ଡା, ଝୁଡ଼ଙ୍ଗ, ମଟର, ଛୁଇଁ, ଗଜାମୁଗ,ବୁଟ, ଚଣା, ଶାଗ ଆଦି ତରକାରୀକୁ ସୁସ୍ବାଦୁ କରିବା ସହ ଡାଲିରେ ଥିବା ପୁଷ୍ଟିସାର ତତ୍ତ୍ଵ ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ।ଏକ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ ହେଉଛି ଡାଲମା ବା ଘାଣ୍ଟ ତରକାରୀ ଯାହା ଓଡ଼ିଆ ଘରେ ଗରମ ଭାତ ସହ ମୁଖ୍ୟ ବ୍ୟଞ୍ଜନ ଭାବେ ପରସା ଯାଏ । ଅତି ଖୁସିର କଥା, କେତେବେଳେ ଭାତ (ଏନ୍ତୁଡ଼ି ଶାଳ ଓଡ଼ିଶା), ଛେନାପୋଡ଼, ଚିତଉ, ମୁଢ଼ି, ପଖାଳ ପରି ଏମିତି ନିଜ ରାଜ୍ୟର ଅନେକ ଖାଇବା ଦରବକୁ ନେଇ ଗର୍ବ କରିବା ଆରମ୍ଭ କରିଛନ୍ତି ଓଡ଼ିଶାବାସୀ । ଖାଦ୍ୟ ପାଇଁ ପାଳନ କରୁଛନ୍ତି ସ୍ବତନ୍ତ ଦିବସ ସବୁ । ତେବେ ଭବିଷ୍ୟତ କହିବ ଓଷା ବ୍ରତ ସହ ଯୋଡ଼ି ହୋଇ ରହିଥିବା ଆମ ନିଆରା ଖାଦ୍ୟ ଘାଣ୍ଟ ତରକାରୀ ରାନ୍ଧଣାକୁ ଆମେ ଦେଶ ଓ ଦେଶ ବାହାରେ ପରିଚିତ କରି କିପରି ନିଜର ପରିଚୟ ସୃଷ୍ଟି କରେ
3