ଯାଜପୁର, 16/09/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତ ର ଅମରାବତୀ ପାଟଣା ଇନ୍ଦ୍ର ବଜାର ଠାରେ ବିରାଜିତ ମା ତାରିଣୀ ଙ୍କ ୨୧ ତମ ଜନ୍ମୋତ୍ସୋବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରବିବାର ଶୁବାଧିବାସ ଓ ସୋମବାର ପ୍ରତ୍ୟୁଷରୁ ମହିଳା ଭକ୍ତ ମାନଙ୍କର ଦ୍ଵାରା ଜଳାଶୟ ରୁ ୧୦୮ ପୂର୍ଣ୍ଣକୁମ୍ଭ ରେ ବିରାଟ ପଟୁଆରରେ ଭଜନ କୀର୍ତ୍ତନ ରେ କଳସ ଶୋଭାଯାତ୍ରା କରାଯାଇ ପଣ୍ଡିତ ମାନଙ୍କ ଦ୍ଵାରା ସ୍ଥାପିତ କରାଯାଇଥିଲା। ଅଙ୍କୁରାରୋପଣ. ସୂର୍ଯ୍ୟ ପୂଜା. ଗୋ ପୂଜା ଆଦି ବିଧି ଅନୁଯାୟୀ ବିଭିନ୍ନ ପୂଜାମଣ୍ଡପ ରେ ପୂଜା କରାଯାଇଥିଲା। ସନ୍ଧ୍ୟା ରେ ଓଡିଶାର ସୁନାମଧନ୍ୟ ମାଳିକା ପ୍ରବଚକ ପ୍ରମୋଦ କୁମାର ପୃଷ୍ଟି ଦ୍ଵାରା ପ୍ରବଚନ ଓ ପ୍ରତିଷ୍ଠିତ କଳାକାର ଦ୍ଵାରା ଭଜନ ପରିବେଷଣ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଙ୍କୁ ବିଭୋର କରିଥିଲା।
କର୍ତ୍ତା ଭାବେ ରମାକାନ୍ତ ବିଶ୍ଵାଳ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜକ ସନ୍ତୋଷ ପାଢ଼ୀ
ମା ଙ୍କ ପୂଜା ଉତ୍ସବ ପାଳନ ହୋଇଯାଇଛି। ଗ୍ରାମ ର ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନା କରିଥିଲେ ଭକ୍ତ ପ୍ରତାପ କୁମାର ପୃଷ୍ଟି ମା ତାରିଣୀ ଙ୍କୁ ବିପଦ ସମୟରେ ଡାକିଲେ ମା ସହାୟ ହୁଅନ୍ତି ବୋଲି କହିଛନ୍ତି