ଭୁବନେଶ୍ୱର, 16/09/2025, ଉତ୍କଳ voice news - utkalvoicenews.com( ଶିବକେତନ ମହାନ୍ତି ଙ୍କ ରିପୋର୍ଟ ) :
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ମଙ୍ଗଳ ଯୋଡି ଥିବାବରିଷ୍ଠ ନାଗରିକ ଆବାସ ରେ ହେଲ୍ପ ଏଜ ଇଣ୍ଡିଆ ତରଫରୁ ସମାଜ ର ଅବହେଳିତ ଦୁଃଖୀ ରଙ୍କି ଓ ଅସହାୟ ବୃଦ୍ଧ ବୃଦ୍ଧା ଙ୍କ ସେବା ଓ ସୁରକ୍ଷା କୁ ପ୍ରାଧାନ୍ୟ ଦେଇ ସାର୍ଥକ ଆନୁ କୁଲ୍ୟ ରେ ବରିଷ୍ଠ ନାଗରିକ ଆବାସ ବୃଦ୍ଧାଶ୍ରମରେ ଏକ ମାନସିକ ସ୍ୱାସ୍ଥ୍ୟ ଉପରେ ପରୀକ୍ଷଣ କର୍ମ ଶାଳା ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟ ରେ ଅନୁଷ୍ଠିତ ହୋଇଛି।ଯାହାକୁ ସାର୍ଥକ ର ପରିଚାଳିକା ଅନୁସୟା ଦାସ ଓ ସ୍ୱେଚ୍ଛା ସେବୀ ପୁଷ୍ପାଞ୍ଜଳି ବେହେରା ଏବଂ ମନସ୍ବତବିଜ୍ଞାନୀ ପ୍ରଭାତ ରଞ୍ଜନ ନାୟକ ଯୋଗ ଦାନ କରି ସମସ୍ତ ଅନ୍ତବାସୀ ଙ୍କୁ ମାନସିକ ସ୍ତର ରେ କିପରି ନିଜର ଶରୀର ଉପରେ ଅବହେଳା ନ କରିବେ ଏହି ପ୍ରତି ଆଲୋକ ପାତ କରି ଥିଲେ ଓ ସେମାନେ କିପରି ଏ ସମାଜ ଆଗ ରେ ନିଜ ନିଜ ର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ସେମାନଙ୍କୁ କହି ରଖି ଥିଲେ