ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ପଞ୍ଚାୟତ ରେ ଟ୍ରାନ୍ସ ଜେଣ୍ଡର ସମ୍ପର୍କିତ କର୍ମଶାଳା l

ପାରାଦୀପ ଗଡ, 25/01/2025, ଉତ୍କଳ voice news - utkalvoicenews.com ପାରାଦୀପ ଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କୁଜଙ୍ଗ ତାଲୁକ୍ ଆଇନ ସେବା ପ୍ରାଧିକରଣ ତରଫରୁ "ଟ୍ରାଂସ ଜେଣ୍ଡର" ମାନଙ୍କ ପାଇଁ ଥିବା "ଅଧିକାର" ସମ୍ବନ୍ଧୀୟ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କର୍ମଶାଳା ରେ କୁଜଙ୍ଗ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ମାନ୍ୟବର ଶ୍ରୀଯୁକ୍ତ ଦୀପ୍ତି ପ୍ରକାଶ ବ୍ରହ୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରାନ୍ସ ଜେଣ୍ଡର ମାନଙ୍କ ପାଇଁ ଥିବା ଅଧିକାର ଓ ଆଇନିଗତ ସୁବିଧା ସୁଯୋଗ ସଂପର୍କ ରେ ଆଲୋକପାତ କରିଥିଲେ l
Article Image
ଅନ୍ୟ ମାନଙ୍କ ମଧ୍ୟରେ କୁଜଙ୍ଗ ଜୁଡ଼ିଶିଆଲ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ବିଶ୍ଵାଳ, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, କୁଜଙ୍ଗ ଓକିଲ ସଂଘ ର ବରିଷ୍ଟ ଆଇନଜୀବୀ ଅମୃତ ଦାସ, ଅନ୍ତର୍ଯ୍ୟାମୀ ନାରାୟଣ ଦାସ ଯାଦବ, ପ୍ରଣୟ ପରିଜା, ରଶ୍ମୀ ରଞ୍ଜନ ସାମନ୍ତରାୟ, ଅଟଳ ବିହାରୀ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଟ୍ରଂlସ୍ ଜେଣ୍ଡର ମାନଙ୍କ ଅଧିକାର ସଂପର୍କ ରେ ବର୍ଣ୍ଣନା କରିଥିଲେ l ଉକ୍ତ କର୍ମଶାଳା ରେ ଆଇନଜୀବୀ ସଞ୍ଜୟ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଉକ୍ତ କାର୍ଯକ୍ରମ କୁ ପ୍ରଦୀପ ମୁଦୁଲି, ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହlରଥା, ରମେଶ ବେହେରା, ପ୍ରଭାତ ସାହୁ, ସନ୍ତୋଷ ଦୋରା ପ୍ରମୁଖ ପରିଚାଳନା କରିଥିଲେ l ଟ୍ରଂlସ୍ ଯେଣ୍ଡର ମାନଙ୍କ ପକ୍ଷରୁ ପାରାଦୀପ ମୁଖ୍ୟ 'ରାଧା' ସେମାନଙ୍କ ସମସ୍ୟା ସଂପର୍କ ରେ ଅତିଥି ଆମକୁ ଅବଗତ କରାଇ ଥିଲେ l
Article Image
Article Image
1